ମାସିକ ଧର୍ମକୁ ନିୟନ୍ତ୍ରଣ କରେ ଏହିସବୁ ଖାଦ୍ୟ

ମହିଳାମାନଙ୍କର ଶରୀରରେ ପରିଲକ୍ଷିତ ହେଉଥିବା ହରମୋନ୍‌ ପରିବର୍ତ୍ତନ ସହିତ ଖାଦ୍ୟ-ପାନୀୟର ସିଧାସଳଖ ସଂପର୍କ ରହିଛି। ଏକ ଗବେଷଣାରୁ ଜଣାଯାଇଛି ଯେ ଯେଉଁ ମହିଳାମାନଙ୍କର ଖାଦ୍ୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍‌ ଥାଏ, ସେମାନଙ୍କର ମାସିକ ଧର୍ମ ଶୀଘ୍ର ହୋଇଥାଏ।
ୟୁନିଭର୍ସିଟି ଅଫ୍‌ ଲିଡ୍‌ସରେ ବ୍ରିଟେନ୍‌ରେ ୯୧୪ଜଣ ମହିଳାମାନଙ୍କର ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାଯାଇଛି ଯେ ଯେଉଁ ମହିଳାମାନେ ମାଛ,ମଟର, ବିନ୍‌ ଅଧିକ ପରିମାଣରେ ଖାଇଥାନ୍ତି, ସେମାନଙ୍କର ମାସିକ ଧର୍ମରେ ବିଳମ୍ବ ଘଟିଥାଏ।
ଏହି ଗବେଷଣା ସମୟରେ ମହିଳାମାନଙ୍କୁ ସେମାନଙ୍କର ଖାଦ୍ୟ-ପାନୀୟ ସଂପର୍କରେ ପ୍ରଶ୍ନ କରାଯାଇଥିଲା। ଯେଉଁ ମହିଳାମାନେ ଫଳ ଓ ପନିପରିବା ଅଧିକ ମାତ୍ରାରେ ଖାଇଥାନ୍ତି,ସେମାନଙ୍କର ମାସିକ ଧର୍ମରେ ବିଳମ୍ବ ହୋଇଥାଏ। ସେମାନଙ୍କର ଏକରୁ ଦେଢ ବର୍ଷ ଯାଏଁ ବିଳମ୍ବ ଘଟିଥାଏ। କିନ୍ତୁ ଯେଉଁ ମହିଳା କାର୍ବୋହାଇଡ୍ରେଟ୍‌ସ ଯୁକ୍ତ ଖାଦ୍ୟ ଖାଆନ୍ତି, ସେମାନଙ୍କର ମାସିକ ଧର୍ମ ଏକ ବା ଦେଢ ବର୍ଷ ପୂର୍ବରୁ ହୋଇଥାଏ।
ଏଥିରେ ମହିଳାମାନଙ୍କର ଓଜନ, ପ୍ରଜନନ କ୍ଷମତା ଓ ଏଚଆରଟି ହରମୋନ୍‌ ଆଦିକୁ ମଧ୍ୟ ବିଚାରକୁ ନିଆଯାଇଥାଏ। ଆନୁବଂଶିକ କାରଣରୁ ମଧ୍ୟ ମାସିକ ଧର୍ମରେ ବିଳମ୍ବ ବା ଶୀଘ୍ର ଆସିଥାଏ।


ଗବେଷକ ଜେନେଟ୍‌ କେଡ୍‌ କହିଛନ୍ତି ଯେ ମାସିକ ଧର୍ମ ମହିଳାଙ୍କ ବୟସ ସହିତ ସିଧାସଳଖ ଭାବେ ଜଡିତ। ସେ ଦର୍ଶାଇଛନ୍ତି ଯେ ଯେଉଁ ମହିଳାମାନଙ୍କର ମାସିକ ଧର୍ମ ସମୟ ପୂର୍ବରୁ ହୋଇଥାଏ, ସେମାନଙ୍କଠାରେ ହୃଦରୋଗର ଆଶଙ୍କା ଥାଏ। ଯେଉଁମାନଙ୍କର ଏ କ୍ଷେତ୍ରରେ ବିଳମ୍ବ ପରିଲକ୍ଷିତ ହୁଏ, ସେମାନଙ୍କର ସ୍ତନ ଓ ଗର୍ଭାଶୟ କର୍କଟ ହେବାର ଆଶଙ୍କା ଅଧିକ।

ସମ୍ବନ୍ଧିତ ଖବର