କ୍ରିକେଟିୟର ରଶ୍ମୀରଞ୍ଜନ ପରିଡା ହେଲେ ଓଡ଼ିଶା ଦଳର ଚୟନକର୍ତ୍ତା

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ରଣଜୀ ଦଳର ଅଧିନାୟକ ରଶ୍ମୀରଞ୍ଜନ ପରିଡ଼ାଙ୍କୁ ଓଡ଼ିଶା କିକ୍ରେଟ ଦଳର କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି। ଦେବାଶିଷ ମହାନ୍ତିଙ୍କ ପରେ ଶ୍ରୀ ପରିଡ଼ାଙ୍କୁ ଓଡ଼ିଶା ଦଳର କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କୁଳମଣି ପରିଡ଼ାଙ୍କୁ ରାଜ୍ୟ ଦଳ ଚୟନକର୍ତ୍ତା ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି।

୧୯୧୮-୧୯ ରଣଜୀ ସିଜ୍‌ନ ପାଇଁ ରଶ୍ମୀ ରଞ୍ଜନ ପରିଡ଼ାଙ୍କୁ ଆଜି ଓଡ଼ିଶା କିକ୍ରେଟ ଆସୋସିଏସନ( ଓସିଏ) ପକ୍ଷରୁ ଓଡ଼ିଶା ଦଳର କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛିି। ଏହା ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ଓଡ଼ିଶା ଦଳର କୋଚ୍‌ ଥିଲେ। ତେବେ ଶ୍ରୀ ମହାନ୍ତିଙ୍କୁ ଗତକାଲି ଜାତୀୟ ଜୁନିୟର ଦଳର ଚୟନକର୍ତା ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୪-୯୫ ମସିହାରେ ପ୍ରଥମଶ୍ରେଣୀ କ୍ରିକେଟ ଜୀବନ ଆରମ୍ଭ କରିଥିବା ରଶ୍ମୀରଞ୍ଜନ ପରିଡ଼ାଙ୍କର ଦୀର୍ଘ କ୍ରିକେଟ ଜୀବନର ଅଭିଜ୍ଞତା ରହିଛି। ରଶ୍ମିରଞ୍ଜନ ପରିଡ଼ା ୧୯୯୪ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷରୁ ରଣଜୀ ସହିତ ବିଭିନ୍ନ ଘରୋଇ କ୍ରିକେଟ୍‌ ଖେଳିଥିଲେ । ତା’ପରେ ୨୦୦୮ଓ ୨୦୦୯ ମସିହାରେ ଆସାମ, ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନ, ୨୦୧୩ରୁ ୨୦୧୪ ବିଦର୍ଭ ଓ ୨୦୧୪ରୁ ୨୦୧୫ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ପାଇଁ ଖେଳିଥିଲେ।

ସମ୍ବନ୍ଧିତ ଖବର