ମୁମ୍ବାଇ: ବଲିଉଡ୍ର ନବାବ୍ ସୈଫ୍ ଅଲ୍ଲୀଖାନ୍ ଓ ତାଙ୍କ ପତ୍ନୀ ଅଭିନେତ୍ରୀ କରିନା କପୁର ଖାନ୍ ଦୁହେଁ ଖୁବ୍ ଫ୍ୟାସନ୍ ପ୍ରିୟ। ଏଦୁହେଁ ଅନେକ ସମୟରେ ନିଜ ନିଜର ଡ୍ରେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୈଫ୍ ଅଲ୍ଲୀ ଖାନ୍ କହନ୍ତି ଯେ ତାଙ୍କୁ କପଡ଼ା ବହୁତ୍ ନସନ୍ଦ। ସେ ଏଥନିକ୍ ଷ୍ଟାଇଲ୍କୁ ବେଶି ପସନ୍ଦ କରନ୍ତି। ଫ୍ୟାସନ ପ୍ରସଙ୍ଗରେ ସୈଫ୍ ପତ୍ନୀ କରିନା କପୁର ଖାନ୍ଙ୍କର ସବୁଠାରୁ ବେଶି ପ୍ରଶଂସା କରିଥାନ୍ତି। ସେ କହିଛନ୍ତି ଯେ କରିନାଙ୍କର ଫ୍ୟାସନ ଷ୍ଟେଟ୍ମେଣ୍ଟ୍ ଏକଦମ୍ ଶାନଦାର୍। କରିନା ଡ୍ରେସ ସପିଙ୍ଗ୍ ପାଇଁ ପାଗଳ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ ପ୍ରଥମେ କରିନା ନିଜପାଇଁ କୁଲ୍ ଡ୍ରେସ୍ କିଣୁଥିଲେ। ବିବାହ ପରେ କରିନା ଡ୍ରେସ ଉପରେ ଅଧିକ ସର୍ଚ୍ଚ କରିଛନ୍ତି। ସେହି ଅନୁଯାୟୀ ସେ ଆଜିକାଲି ନିଜପାଇଁ ବେଶ୍ ହଟ୍ ଡ୍ରେସ୍ କିଣୁଛନ୍ତି ବୋଲି ସୈଫ୍ ଅଲ୍ଲୀ ଖାନ୍ କହିଛନ୍ତି।
ତେବେ ଯେତେବେଳେ ତାଙ୍କୁ ପଚରାଗଲେ, କରିନାଙ୍କ ପାଇଁ ସେ କ’ଣ ସପିଙ୍ଗ୍ କରନ୍ତି,ସେତେବେଳେ ସୈଫ୍ ଅଲ୍ଲୀ ଖାନ୍ କହିଲେ,‘ଆଦୌ ନୁହେଁ, ମୁଁ କେବଳ କରିନାଙ୍କ ପାଇଁ କେବେ ବି ଡ୍ରେସ୍ ସପିଙ୍ଗ୍ କରେନାହିଁ।ନିଜପାଇଁ କରିନା ନିଜେ ଡ୍ରେସ୍ କିଣିଥାନ୍ତି।