#ମି ଠୁ ଅଭିଯୋଗକୁ ସମର୍ଥନ ଜଣାଇ ଫସିଲେ ଦକ୍ଷିଣ ଭାରତୀୟ ଗାୟିକା ଚିନ୍ମୟୀ ଶ୍ରୀପଦା, ଡବିଙ୍ଗ୍ ଆର୍ଟିଷ୍ଟ ୟୁନିୟନ ଦାବି କଲା ୧.୫ଲକ୍ଷ ଟଙ୍କା
ଚେନ୍ନାଇ : ଦକ୍ଷିଣ ଭାରତର ଜଣାଶୁଣା ଗାୟିକା ଚିନ୍ମୟୀ ଶ୍ରୀପଦା #ମି ଠୁ ଅଭିଯାନକୁ ସମର୍ଥନ ଜଣାଇ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ଏ ନେଇ ଚନ୍ମୟୀଙ୍କୁ ଡବିଙ୍ଗ୍ ଆର୍ଟିଷ୍ଟ ୟୁନିୟନ ତରଫରୁ ମାଫିନାମା ସହ ୧.୫ଲକ୍ଷ ଟଙ୍କା ଦେବା ପାଇଁ କୁହାଯାଇଛି । ଏହା ସହ ଚିନ୍ମୟୀଙ୍କୁ ଡବିଙ୍ଗ୍ ଆର୍ଟିଷ୍ଟ ୟୁନିୟନରୁ ବାହାର କରି ଦିଆଯାଇଥିବା ଜଣାପଡ଼ିଛି । ଡବିଙ୍ଗ୍ ଆର୍ଟିଷ୍ଟ ୟୁନିୟନରୁ ବାହାରିବା ପରେ ଚିନ୍ମୟୀ ଏ ବିଷୟରେ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ ମାଫିନାମା ସହ ୧.୫ଲକ୍ଷ ଟଙ୍କା ଦେବା ପରେ ହିଁ ମୋତେ ତାମିଲ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଦିଆଯିବ ବୋଲି କୁହାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଚିନ୍ମୟୀ ୟୁନିୟନର ଅଧ୍ୟକ୍ଷ ରାଧା ରବିଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିବା ମହିଳାଙ୍କୁ ସମର୍ଥନ କରିଥିଲେ । ଯାହା ପରେ ଭିନ୍ନ କାରଣ ଦର୍ଶାଯାଇ ଚିନ୍ମୟୀଙ୍କୁ ୟୁନିୟନରୁ ବାହାର କରାଯାଇଥିଲା । ଦୁଇ ବର୍ଷ ହେଲା ସଦସ୍ୟତା ଶୁଳ୍କ ନ ଦେଇଥିବାରୁ ମୋତେ ବାହାର କରାଯାଇଥିବା କଥା ୟୁନିୟନ ଦାବି କରୁଥିବା ବେଳେ ଅସଲରେ ମୁଁ ଯୌନ ଶୋଷଣର ପୀଡ଼ିତାଙ୍କୁ ସମର୍ଥନ କରିଥିବାରୁ ମୋତେ ବାହାର କରାଯାଇଥିବା ଟୁଇଟ୍ କରି ଜଣାଇଛନ୍ତି ଚନ୍ମୟୀ ।