ରାଗରେ ଶାଶୁର ନାକ କାଟିଲା ଜ୍ୱାଇଁ, ଜାଣନ୍ତୁ କ’ଣ ଥିଲା କାରଣ?

ବାଡ଼୍‍ମେର(ରାଜସ୍ଥାନ) : ରାଜସ୍ଥାନର ବାଡ଼୍‍ମେରରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଝିଅ ଶାଶୁ ଘର ଛାଡ଼ି ବାପ ଘରେ ଆସି ରହୁଥିବା ବେଳେ ଏହାର ସୁଯୋଗ ନେଇ ଝିଅର ଦ୍ୱିତୀୟ ବିବାହ କରାଇଥିଲେ ପୁରୋ ଦେବୀ । ଏ ନେଇ ଖବର ପାଇବା ପରେ ଜ୍ୱାଇଁ ଘରକୁ ଆସି ପୁରୋ ଦେବୀଙ୍କର ନାକ କାଟିଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

FBI.gov

ସୂଚନା ମୁତାବକ,ପୁରୋ ଦେବୀ ୪ବର୍ଷ ପୂର୍ବେ ନିଜ ଝିଅର ବିବାହ କରାଇଥିବା ବେଳେ ବିବାହର କିଛି  ଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ବାରମ୍ବାର ଏପରି ହେବାରୁ ଝିଅ ଶାଶୁ ଘର ଛାଡ଼ି ବାପ ଘରକୁ ଚାଲି ଆସିଥିଲେ । ଝିଅର ଏପରି ଅବସ୍ଥା ଦେଖି ପୁରୋ ଦେବୀ ୪ମାସ ପୂର୍ବରୁ ଝିଅର ଅନ୍ୟତ୍ର ବିବାହ କରିଥିଲେ । ଏହି କଥାରେ ରାଗି ପୁରୋ ଦେବୀଙ୍କ ପ୍ରଥମ ଜ୍ୱାଇ ଘରକୁ ଆସି ତାଙ୍କ ନାକ କାଟି ଦେଇଥିଲେ । ଏହା ସହ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ମାଡ଼ ମାରିଥିଲୋ ଏ ନେଇ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ପୁରୋ ଦେବୀଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇବା ସହ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ପୁଲିସ ।

ସମ୍ବନ୍ଧିତ ଖବର