ଲକ୍ଷ୍ନୌ : ପ୍ରିୟଙ୍କାର ରୋଡସୋରେ ପକେଟମାରଙ୍କ ଉତ୍ପାତ, ଜଣେ ପକେଟମାର କଂଗ୍ରେସକର୍ମୀଙ୍କ ହାତରେ ପଡି ପ୍ରବଳ ଛେଚା ଖାଇଲା
ଲକ୍ଷ୍ନୌ : ଆଜି ଲକ୍ଷ୍ନୌରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ନିବନିଯୁକ୍ତ ମହାସଚିବ ପ୍ରିୟଙ୍କା ଗାନ୍ଧି ଏକ ବିଶାଳ ରୋଡସୋ କରିଛନ୍ତି । ଏହି ଅବସରରେ ହଜାର ହଜାର କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କୁ ରାହୁଲ ଓ ପ୍ରିୟଙ୍କା ହାତହଲାଇ ଅଭିବାଦନ କରିଥିଲେ । ତେବେ ଏହି ପ୍ରବଳ ଭୀଡ ଭିତରେ ପକେଟମାରଙ୍କ ପୁଷମାସ ଆସିଯାଇଛି । ଭୀଡର ସୁଯୋଗ ନେଇ ଅନେକ ପକେଟମାର କଂଗ୍ରେସ କର୍ମୀ ଓ ଲୋକମାନଙ୍କଠାରୁ ପର୍ସ ଓ ମୋବାଇଲ ଫୋନ ଚୋରୀ କରିନେଇଥିବା ପୁଲିସରେ ଅଭିଯୋଗ ହୋଇଛି । ଜଣେ ପକେଟମାର କଂଗ୍ରେସ କର୍ମୀଙ୍କ ହାତରେ ପଡିଯିବାରୁ ତାକୁ ପ୍ରବଳ ଉତ୍ତମ ମଧ୍ୟମ ଦେବା ପରେ ପୁଲିସ ହାତରେ ଦିଆଯାଇଛି । ଲକ୍ଷ୍ନୌ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Lucknow : बर्लिंगटन चौराहे से कांग्रेस कार्यकर्ताओं ने जेब कतरे को पकड़ा, जेब कतरे की जमकर की कांग्रेस कार्यकर्ताओं ने पिटाई, जेब कतरे को पकड़कर पुलिस को किया सुपुर्द। @lkopolice @Uppolice #PriyankaUPRoadshow #NayiUmeedNayaDesh #PriyankaGandhi pic.twitter.com/WtrjS0myqL
— UttarPradesh.ORG News (@WeUttarPradesh) February 11, 2019
ଅନ୍ୟପକ୍ଷରେ ଲକ୍ଷ୍ନୌର ହୁସେନଗଞ୍ଜ ଠାରେ ପ୍ରିୟଙ୍କା ଓ ରାହୁଲ ବସିଥିବା ବସଟି ବିଜୁଳି ତାର ସହିତ ଫିସଯିବାରୁ ଏହି ରୋଡସୋ କିଛି ସମୟ ପାଇଁ ଅଟକିରହିଥିଲା । ତେବେ ପରେ ଏହାକୁ ହଟାଯିବା ପରେ ରୋଡସୋ ପୁଣି ଆରମ୍ଭ ହୋଇଥିଲା ।