ଭୁବନେଶ୍ୱର: ଗୁରୁବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ହେଉଛନ୍ତି ବେଦପ୍ରକାଶ ଅଗ୍ରଓ୍ଵାଲ୍, ସହ-ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମଙ୍ଗଳା କିଷାନ।
Sambad is now on WhatsApp
Join and get latest news updates delivered to you via WhatsApp
କମିଟି ସହ-ଅଧ୍ୟକ୍ଷ ଅଛନ୍ତି ପଦ୍ମନାଭ ବେହେରା, କୁସ୍ତୁରୀ ମହାପାତ୍ର।
ଡ଼ ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ନବ ଦାସ, ନଳିନୀ ପ୍ରଧାନ, ସୁଦାମ ମାରାଣ୍ଡି, ରମେଶ ମାଝୀ, ଅରୁଣ ସାହୁ, ରବି ନନ୍ଦ, ସୁବାସ ସିଂହ, ଡ଼ ଦୀଲିପ ତୀର୍କି, ମୀନତି ମିଶ୍ର, ଚିନ୍ମୟ ସାହୁ, ଶ୍ରମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର,ତେଜେଶ୍ୱର ପରିଡ଼ା,ଲୋପାମୁଦ୍ରା ବକ୍ସିପାତ୍ର,ଅମରେଶ ପତ୍ରୀ, ଅସୀମ ଅମିତାଭ ଦାସ, ମୁନ୍ନା ଖାନ୍,ଅନନ୍ତ ନାରାୟଣ ଜେନା,ସସ୍ମିତ ପାତ୍ର, ମାମିନା ନାୟକ,ପଙ୍କଜିନୀ ମଙ୍ଗରାଜ,ରାଣାପ୍ରତାପ ପାତ୍ର, ସୁଜାତା ମିଶ୍ର, ସରସ୍ୱତୀ କିଶାନ୍ ଏବଂ ବିଷ୍ଣୁପ୍ରିୟା ଦାସ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଏହାଛଡ଼ା କେତେକ ଚାଷୀନେତା, ଆଇଟି ଉଇଙ୍ଗ୍ ମୁଖ୍ୟ, ମହିଳା ସ୍ୱଂୟସହାୟିକା ଗୋଷ୍ଠୀ ଓ ଛାତ୍ରନେତାଙ୍କୁ ମଧ୍ୟ ଇସ୍ତାହାର କମିଟିରେ ସାମିଲ କରାଯାଇଛି।