ରାୟଗଡ଼ା: ଆଜି ସକାଳେ ରାୟଗଡ଼ା ସହରରେ ପ୍ରସାରଣ କରାଯାଇଥିବା ଖବରକାଗଜ ଭିତରେ ଏକ ନକ୍ସଲ୍ ହିଂସାକାଣ୍ଡ ବିରୋଧୀ ଲିଫ୍ଲେଟ୍ ବଣ୍ଟନ କରାଯାଇଛି। ଏହା ବ୍ୟତିରେକେ, ସେହି ରଙ୍ଗିନ ଲିଫ୍ଲେଟ୍ର ବଡ଼ ବଡ଼ ଫ୍ଲେକ୍ସ ପ୍ରିଣ୍ଟ୍ କରାଯାଇ କଲ୍ୟାଣପୁର, କାଶୀପୁର, ମୁନିଗୁଡ଼ା ଏବଂ ଚନ୍ଦ୍ରପୁର ଆଦି ଗ୍ରାମାଞ୍ଚଳରେ ଲଗାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଲିଫ୍ଲେଟ୍ଗୁଡ଼ିକ ଆଦିବାସୀ ବିକାଶ ମଞ୍ଚ ନାଁ’ରେ ଛାପା ଯାଇଥିବା କଥା ସେଥିରେ ଉଲ୍ଲେଖ ଅଛି। ରାୟଗଡ଼ା ଜିଲ୍ଲାରେ କେତେଗୁଡ଼ିଏ ଆଦିବାସୀ ସଙ୍ଗଠନ ରହିଛି। କେବେ କେବେ ପୁଲିସ ମଧ୍ୟ ଏଭଳି ଲିଫ୍ଲେଟ୍ ଛାପି ଆଦିବାସୀ ସଙ୍ଗଠନ ନାମରେ ବଣ୍ଟନ କରୁଥିବାର ଦୃଷ୍ଟାନ୍ତ ରହିଛି।
ଆଜି ସକାଳର ଲିଫ୍ଲେଟ୍ ବାସ୍ତବରେ କିଏ ପ୍ରସାରଣ କରାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ।