ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଉ ଏକ ରସେଲମାନିଆ ପାଇଁ ପ୍ରସ୍ତୁତ ହୋଇଯାଇଛି। ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ପ୍ରସ୍ତୁତ ହୋଇ ଯାଇଛି। ସ୍ଥାନୀୟ ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ମଙ୍ଗଳବାର ଟସ୍ ଜିଣି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ପ୍ରଥମେ ବ୍ୟାଟିଂ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତା ନାଇଟ୍ ରାଇଡର୍ସର ଖେଳାଳି ଆନ୍ଦ୍ରେ ରସେଲଙ୍କ ପ୍ରଦର୍ଶନ ଦେଖିବାକୁ ଦର୍ଶକ ବ୍ୟସ୍ତ ହୋଇପଡ଼ିଛନ୍ତି। ରସେଲ ଏଯାଏଁ ୫ ମ୍ୟାଚ୍ରୁ ୪ଟି ଇନିଂସରେ ୨୦୭ ରନ୍ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ରସେଲ ୭୭ ବଲ ଖେଳି ଏହି ରନ୍ କରିଛନ୍ତି। ଏଥିରେ ୨୨ଟି ଛକା ସାମିଲ ଅଛି।
ଆଇପିଏଲ୍ର ଦ୍ୱାଦଶ ସଂସ୍କରଣର ୨୩ତମ ମ୍ୟାଚ୍ରେ ଉଭୟ କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଏଯାଏଁ ୫ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ଉଭୟ ଚେନ୍ନାଇ ଓ କୋଲକାତା ୪ଟି ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ୧-୧ ମ୍ୟାଚ୍ ହାରିଛନ୍ତି। ମାତ୍ର ଅଙ୍କ ତାଲିକାରେ ସାମାନ୍ୟ ଅଧିକ ଭଲ ପ୍ରଦର୍ଶନ ପାଇଁ କୋଲକାତା ଶୀର୍ଷରେ ରହିଛି। ଚଳିତ ଆଇପିଏଲ୍ରେ ଉଭୟ ଦଳ ମଧ୍ୟରେ ଏହା ହେଉଛି ପ୍ରଥମ ମୁକାବିଲା। ତେଣୁ ରୋମାଞ୍ଚକର ହେବ ବୋଲି ଦର୍ଶକ ଆଶା ରଖିଛନ୍ତି।