ଫୁଲବାଣୀ: ଖଜୁରୀଆପଡ଼ା ଥାନା ତେନ୍ତୁଳିବାଙ୍ଗା ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବାଇକ୍ ଚାଳକ ଦୁଇଜଣ ସୋମବାର ଅପରାହ୍ନରେ ଫୁଲବାଣୀରୁ ଖଜୁରୀପଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ଖୁଜୁରୀପଡ଼ାରୁ ଫୁଲବାଣୀ ଆସୁଥିବା ଏକ ଟ୍ରକ୍ ଦୁହିଁଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁହେଁ ଗାଡ଼ିରୁ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।