ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଅବକାଶ ଜଳ ପିଙ୍ଗଣ ଛୁଇଁଦେବାରୁ ନୀତି ବିଳମ୍ବ

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ନୀତିରେ ବ୍ୟତିକ୍ରମ ଦେଖାଦେଇଛି। ମହାପ୍ରଭୁଙ୍କ ମହାସ୍ନାନ ଯୋଗୁ ଆଜି ନିର୍ଦ୍ଧାରିତ ସମୟର ୩ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ସକାଳେ ମହାପ୍ରଭୁଙ୍କ ଅବକାଶ ନୀତି ଚାଲିଥିବା ବେଳେ ଜଣେ ସେବାୟତ ଗର୍ଭଗୃହ ଭିତରକୁ ପଶିଯାଇଥିଲେ। ନୀତି ସରିନଥିବା ବେଳେ ‌ସେଠାରେ ରହିଥିବା ଅବକାଶ ଜଳ ପିଙ୍ଗଣ ଉଠାଇ ନେଇଥିଲେ। ଯେଉଁଥି ପାଇଁ ଠାକୁରଙ୍କ ପୂଜା ସାମଗ୍ରୀ ସହିତ ଜଳପିଙ୍ଗଣ ମାରା ହୋଇ ଯାଇଥିଲା। ପରେ ପରମ୍ପରା ମୁତାବକ, ସେବକମାନେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଇଥିଲେ। ମହାସ୍ନାନ ପରେ ଠାକୁରଙ୍କ ଅବକାଶ ଓ ଅନ୍ୟ ନୀତି ସଂପନ୍ନ ହୋଇଥିଲେ ମଧ୍ୟ ଅବକାଶ ନୀତି ବିଳମ୍ବ କାରଣରୁ ଅନ୍ୟ ସମସ୍ତ ନୀତି ବିଳମ୍ବରେ ଚାଲିଥିଲା।

ସମ୍ବନ୍ଧିତ ଖବର