‘ମିସ୍‌ ୟୁନିଭର୍ସ’ ପାଇଁ ଐଶ୍ବର୍ଯ୍ୟାଙ୍କୁ ଚାହୁଥିଲେ ଆୟୋଜକ: ସୁସ୍ମିତା

ମୁମ୍ବାଇ: ‘ମିସ୍‌ ୟୁନିଭର୍ସ’ ଟାଇଟଲ୍‌ ହାସଲ କରିଥିବା ସୁସ୍ମିତା ସେନ୍‌ ଏବେ ଐଶ୍ବର୍ଯ୍ୟା ରାଏଙ୍କୁ ନେଇ ଏକ ଅଜଣା କଥା କହିଛନ୍ତି। ୧୯୯୪ରେ ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ଐଶ୍ବର୍ଯ୍ୟାଙ୍କୁ ହରାଇ ସୁସ୍ମିତା ‘ମିସ୍‌ ୟୁନିଭର୍ସ’ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କ ପାସ୍‌ପୋର୍ଟ ହଜିଯାଇଥିଲା। ଏହାପରେ ଉକ୍ତ ପ୍ରତିଯୋଗିତାକୁ ଯିବାକୁ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ କାର୍ଯ୍ୟକ୍ରମର ଆୟୋଜକ ଐଶ୍ବର୍ଯ୍ୟାଙ୍କୁ ନେବାକୁ ଚାହୁଥିଲେ। ତେବେ ସେ ‘ମିସ୍‌ ୟୁନିଭର୍ସ’ ପ୍ରତିଯୋଗିତାକୁ ଯିବା ପାଇଁ ଜିଦ୍‌ ଧରିଥିଲେ। ତାଙ୍କ ବାପା ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ସାହାଯ୍ୟ ନେଇ ପାସ୍‌ପୋର୍ଟ ଯୋଗାଡ଼ କରିବା ପରେ ସେ ଉକ୍ତ କାର୍ଯ୍ୟକ୍ରମକୁ ଯିବା ସମ୍ଭବ ହୋଇଥିଲା ବୋଲି ସୁସ୍ମିତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର