ବାଙ୍ଗାଲୋର : ସଲୀଲ ପାରେଖ୍ ଦେଶର ନଂ୨ ସଫ୍ଟଓ୍ଵାର କମ୍ପାନି ଇନଫୋସିସ୍ର ନୂଆ ସିଇଓ ତଥା ଏମଡି ନିଯୁକ୍ତ ହୋଇଛନ୍ତି । ସେ ଏବେ ସଫ୍ଟଓ୍ଵାର ସର୍ଭିସେସ୍ କମ୍ପାନି କ୍ୟାପଜେମିନିର ସିଇଓ ତଥା ବୋର୍ଡ ସଦସ୍ୟ ଅଛନ୍ତି । ଆସନ୍ତା ଜାନୁୟାରୀ ୧ରେ ସେ କ୍ୟାପଜେମିନି ଛାଡିବା ପରେ ୨ରେ ଇନଫୋସିସ୍ରେ ଯୋଗ ଦେବେ ।
Sambad is now on WhatsApp
Join and get latest news updates delivered to you via WhatsApp
ତିନିମାସ ତଳେ ଏକ ବିବାଦୀୟ ପରିସ୍ଥିତିରେ ବିଶାଲ ସିକ୍କା ଇନଫୋସିସର ସିଇଓ ପଦ ଛାଡିଥିଲେ । ଏହାପରେ ନୂଆ ସିଇଓ ଖୋଜିବା ଦାୟିତ୍ୱ କମ୍ପାନିର ଅଧ୍ୟକ୍ଷ ନନ୍ଦନ ନିଲେକାନୀଙ୍କୁ ଦିଆଯାଇଥିଲା ।
ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ସହ ମତଭେଦ ପରେ ବିଶାଳ ସିକ୍କା ନିଜ ପଦରୁ ଇସ୍ତଫା ଦେଇଥିଲେ ।