ନୂଆଦିଲ୍ଲୀ: ଯେଉଁମାନେ ପାନ୍ ସହିତ ଆଧାର ଲିଙ୍କ୍ କରାଇ ନାହାନ୍ତି ସେମାନଙ୍କ ପାଇଁ ଏହି କାମ କରିବାକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମୟ ରହିଛି। ସେହି ସମୟ ସୀମା ଭିତରେ ଆଧାର-ପାନ୍ ଲିଙ୍କ ନହେଲେ ପାନ୍ କାର୍ଡ ଅଚଳ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆୟକର ରିଟର୍ଣ୍ଣ ଦାଖଲ ଠାରୁ ଆରମ୍ଭ କରି ମୋଟା ଅଙ୍କର ଅର୍ଥ କାରବାର ବେଳେ ପାନ୍ ନମ୍ବର ପ୍ରଦାନ କରିବାକୁ ପଡ଼ୁଛି। ଚଳିତ ବର୍ଷ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଧାର ଓ ପାନ୍ ଭିତରେ ଅଦଳବଦଳର ପ୍ରସ୍ତାବ ମଧ୍ୟ ରଖିଛନ୍ତି। ହୁଏତ ଅନେକ ଲୋକ ଏକଥା ଜାଣିନଥିବେ ଯେ ଆୟକର ବିଭାଗ ଠାରୁ ତତ୍କାଳ ଇ-ପାନ୍ ହାସଲ କରାଯାଇପାରିବ। ଯେଉଁମାନଙ୍କ ପାଖରେ ପାନ୍ କାର୍ଡ ନାହିଁ ସେମାନେ ଏହି ବିକଳ୍ପ ଚୟନ କରିପାରିବେ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ସରକାର ଏକ ପାନ୍/ଟାନ୍ ପ୍ରୋସେସିଂ କେନ୍ଦ୍ର ସ୍ଥାପନ କରୁଛନ୍ତି। ଏହା ଜରିଆରେ ତତ୍କାଳ କିମ୍ବା ସର୍ବାଧିକ ୧୦ ମିନିଟ୍ରେ ଇ-ପାନ୍ ଜାରି କରାଯାଇପାରିବ। ସାଧାରଣ ପାନ୍ କାର୍ଡରେ ଯେଉଁ ସବୁ କାମ ହେଉଛି ତାହାକୁ ଇ-ପାନ୍ ଜରିଆରେ କରାଯାଇପାରିବ। ଯେଉଁ ସବୁ ଲୋକମାନଙ୍କ ପାନ୍ ଆବେଦନକୁ ନ୍ୟାସନାଲ୍ ସିକ୍ୟୁରିଟି ଡିପୋଜିଟୋରି ଲିମିଟେଡ୍ (ଏନ୍ଏସ୍ଡିଏଲ୍) ଦାଖଲ କରିଥିବ ସେମାନେ www.onlineservices.nsdl.comରୁ ଇ-ପାନ୍ ଡାଉନ୍ଲୋଡ୍ କରିପାରିବେ।