୫୧ ବର୍ଷ ପରେ ଠାବ ହେଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ; ମିଳିଲା ନାହିଁ ଦୁଇ ପାଇଲଟଙ୍କ ମୃତଦେହ
ନୂଆଦିଲ୍ଲୀ: ୫୧ ବର୍ଷ ପରେ ମିଳିଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ । ଗତ ୧୯୬୮ ଫେବ୍ରୁଆରି ୭ ତାରିଖରେ ବାୟୁସେନାର ଏଏନ-୧୨ ବିଏଲ୍-୫୩୪ ବିମାନ ହିମାଚଳପ୍ରଦେଶ ରୋହତାଙ୍ଗ୍ ନିକଟରେ ନିଖୋଜ ହୋଇଯାଇଥିଲା । ତେବେ ଗତ ଜୁଲାଇ ୨୬ ତାରିଖରୁ ସେନାର ଡୋଗରା ସ୍କାଉଟ ପକ୍ଷରୁ କରାଯାଇଥିବା ଅପରେସନ ସମୟରେ ଏହାର ଭଗ୍ନାବଶେଷ ଢ଼ାକା ଗ୍ଲାସିୟରରୁ ମିଳିଥିବା ଜଣାପଡ଼ିଛି। ଦୀର୍ଘଦିନର ଅପରେସନ ପରେ ଏହି ଭଗ୍ନାବଶେଷକୁ ଠାବ କରାଯାଇଛି। ମିଳିଥିବା ଫଟୋ ଅନୁସାରେ ଅଗଷ୍ଟ ୬ରୁ ୮ ତାରିଖ ମଧ୍ୟରେ ଭଗ୍ନାବଶେଷକୁ ଉଦ୍ଧାର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Wreckage of An-12 BL-534 that went missing in Feb 1968 found in Dhaka Glacier by expeditor of the Army’s Dogra Scouts. Went missing over the Rohtang pass. Items recovered include parts of engine, fuselage, circuits, propeller, fuel tank unit, air brake assembly & cockpit door. pic.twitter.com/nVfMphzhxk
— Livefist (@livefist) August 18, 2019
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି, ୫୧ ବର୍ଷ ତଳେ ନିଖୋଜ ହୋଇଥିବା ବାୟୁସେନାର ଏହି ପରିବହନ ବିମାନରେ ୨ ଜଣ ବାୟୁସେନା ଅଧିକାରୀ ଥିଲେ । ଫ୍ଲାଇଟ୍ ଲ୍ୟୁଟନାଣ୍ଟ ହରକେଓ୍ୱାଲ୍ ସିଂ ଓ ସ୍କ୍ବାଡର୍ନ ଲିଡର ପ୍ରାଣନାଥ ମାଲହୋତ୍ରା ଏହି ବିମାନ ସହ ନିଖୋଜ ହୋଇ ଯାଇଥିଲେ। କିନ୍ତୁ ସେତେବେଳେ ବିମାନର ଭଗ୍ନାବଶେଷ କିମ୍ବା ଅଧିକାରୀଙ୍କ ମୃତଦେହର କୌଣସି ସନ୍ଧାନ ମିଳି ପାରିନଥିଲା । ତେବେ ସମୁଦ୍ର ପତ୍ତନ ଠାରୁ ୫ ହଜାର ୨୪୦ ମିଟର ଉଚ୍ଚରେ ଅବସ୍ଥିତ ଢ଼ାକା ଗ୍ଲାସିୟରରେ ଏହି ନିଖୋଜ ବିମାନର ଭଗ୍ନାବଶେଷ ମିଳିଥିବା ସୂଚନା ମିଳିଛି ।
ବିମାନର ଭଗ୍ନାବଶେଷ ମଧ୍ୟରେ ରହିଛି ଏରୋ ଇଂଜିନ୍, ଇଲେକ୍ଟ୍ରିକ୍ ସର୍କିଟ୍, ପ୍ରପେଲର, ଫ୍ୟୁଏଲ ଟାଙ୍କ୍, ଏୟାର ବ୍ରେକ୍ ଭଳି ବିଭିନ୍ନ ଜିନିଷ । ସୂଚନା ମୁତାବକ, ୫୧ ବର୍ଷ ତଳେ ବାୟୁସେନାର ଏହି ବିମାନ ଚଣ୍ଡିଗଡ଼ରୁ ଫ୍ଲାଇଟ୍ ଲ୍ୟୁଟନାଣ୍ଟ ହରକେଓ୍ୱାଲ୍ ସିଂ ଓ ସ୍କ୍ବାଡର୍ନ ଲିଡର ପ୍ରାଣନାଥ ମାଲହୋତ୍ରାଙ୍କୁ ନେଇ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା । କିନ୍ତୁ ହଠାତ୍ ହିମାଚଳପ୍ରଦେଶର ରୋହତାଙ୍ଗ୍ ନିକଟରେ ବିମାନଟିର ନିଖୋଜ ହୋଇଯାଇଥିଲା।