ନିର୍ମାଣ ହେବ ରାନୁ ମଣ୍ଡଳଙ୍କ ବାୟୋପିକ୍, ଏହି ଅଭିନେତ୍ରୀଙ୍କୁ ମିଳିଲା ଅଫର୍
ମୁମ୍ବାଇ: ସୋସିଆଲ୍ ମିଡିଆ ଜରିଆରେ ରାତାରାତି ଷ୍ଟାର ପାଲଟିଥିବା ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରି ନିଜର ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳଙ୍କୁ ନେଇ ପ୍ରତିଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି। ରାନୁଙ୍କ ଗୀତ ଗାଇବାର ଶୈଳୀ ଦେଖି ବଲିଉଡ୍ ସଂଗୀତକାର ହିମେଶ୍ ରେଶମିୟା ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ କି ସେ ନିଜର ଆଗାମୀ ଫିଲ୍ମ ‘ହାପି ହାର୍ଡି ଏଣ୍ଡ୍ ହୀର୍’ରେ ‘ତେରି ମେରି କାହାନୀ’ ଗୀତରେ ରାନୁଙ୍କୁ କଣ୍ଠଦାନ କରିବାର ସୁଯୋଗ ବି ଦେଇଥିଲେ। ସେହିପରି ତାଙ୍କର ଆଉ ଏକ ଗୀତ ବି ରିଲିଜ ଅପେକ୍ଷାରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି କି, ରାନୁ ଜୀବନୀକୁ ନେଇ ସିନେମା ନିର୍ମାଣ ହେବାକୁ ଯାଉଛି। ସିନେ-ନିର୍ମାତା ହୃଷୀକେଶ ମଣ୍ଡଳ ରାନୁଙ୍କ ବାୟୋପିକ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛନ୍ତି। ସାମ୍ବାଦିକରୁ ସିନେ-ନିର୍ମାତା ହୋଇଥିବା ହୃଷୀକେଶ ମଣ୍ଡଳ ଏହି ସିନେମାର ନିର୍ଦ୍ଦେଶନା ଦେବେ। ସିନେମାରେ ରାନୁମଣ୍ଡଳଙ୍କ ପଶ୍ଚିମବଙ୍ଗ ରାଣାଘାଟ ରେଲେଓ୍ଵ ଷ୍ଟେସନ୍ରୁ ନେଇ ବଲିଉଡ ସିନେମା ପର୍ଯ୍ୟନ୍ତ ପୂରା ଯାତ୍ରାର କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ।
ରାନୁ ମଣ୍ଡଳଙ୍କ ଉପରେ ନିର୍ମାଣ ହେବାକୁ ଯାଉଥିବା ବାୟୋପିକରେ ଜାତୀୟ ପୁରସ୍କାରରେ ସମ୍ମାନିତ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ ରାନୁଙ୍କ ଭୂମିକାରେ ଅଭିନୟ କରି ପାରନ୍ତି। କିନ୍ତୁ ଏଯାବତ ସେ ଏହି ଅଫର ପାଇଁ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଯଦି ରାନୁଙ୍କ ଭୂମିକାକୁ କେହି ଜୀବନ୍ତ ଭାବେ ପରଦାରେ ତୋଳି ଧରି ରଖିପାରନ୍ତି ସିଏ ସୁଦୀପ୍ତା ଚକ୍ରବର୍ତ୍ତୀ ବୋଲି ଆଲୋଚନା ହେଉଛି।