ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ପାଲଟିଲା ‘ଛିଛୋରେ’
ମୁମ୍ବାଇ : ସେପ୍ଟେମ୍ବର ୬,୨୦୧୯ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଛିଛୋରେ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର । କଲେଜ ଜୀବନକୁ ନେଇ ଫିଲ୍ମର କାହାଣୀ ପର୍ଯ୍ୟବେସିତ ହୋଇଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଥିବା ଜଣା ପଡ଼ିଛି । ଫିଲ୍ମଟି ଅଭିନେତା ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ବୋଲି କୁହାଯାଇଛି । ଏହା ତାଙ୍କର ‘ଏମ୍ଏସ୍ ଧୋନି : ଦ ଅନ୍ଟୋଲ୍ଡ ଷ୍ଟୋରୀ’ର ରେକର୍ଡକୁ ଭାଙ୍ଗିଥିବା କହିଛନ୍ତି ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ।
Sambad is now on WhatsApp
Join and get latest news updates delivered to you via WhatsApp
#Chhichhore continues to surprise… Emerges #SushantSinghRajput‘s highest grossing film [crosses *lifetime biz* of #MSD]… [Week 3] Fri 3.09 cr, Sat 5.70 cr, Sun 7.14 cr, Mon 2.25 cr, Tue 2.10 cr, Wed 2.03 cr, Thu 1.92 cr. Total: ₹ 133.53 cr. #India biz.
— taran adarsh (@taran_adarsh) September 27, 2019
ସେ କରିଥିବା ଟୁଇଟ୍ ଅନୁଯାୟୀ, ଫିଲ୍ମଟି ୧୯ଦିନ ମଧ୍ୟରେ ୧୩୩.୫୩କୋଟି ଟଙ୍କା ଆୟ କରିଥିବା ବେଳେ ଫିଲ୍ମ ‘ଏମ୍ଏସ୍ ଧୋନି : ଦ ଅନ୍ଟୋଲ୍ଡ ଷ୍ଟୋରୀ’ଟି ୧୩୩.୦୪କୋଟି ଟଙ୍କା ଆୟ କରିଥିଲା । ୧୯ଦିନ ମଧ୍ୟରେ ୧୩୩.୫୩କୋଟି ଟଙ୍କା ଆୟ କରି ସୁଶାନ୍ତ ନିଜ ରେକର୍ଡକୁ ହିଁ ଭାଙ୍ଗିଛନ୍ତି ।