ସଦ୍ୟ ପ୍ରକାଶିତ ‘କଂପ୍ରିହେନ୍ସିଭ ନେସନାଲ ନ୍ୟୁଟ୍ରିସନ୍ ସର୍ଭେ’ (ସିଏନ୍ଏନ୍ଏସ୍) ରିପୋର୍ଟରୁ ଅପପୁଷ୍ଟିର ଆଉ ଏକ ଚିତ୍ର ପ୍ରକାଶ ପାଇଛି। ଏହି ଅପପୁଷ୍ଟି ହେଉଛି ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟକୁ ମାତ୍ରାଧିକ ପରିମାଣରେ ଉଦରସ୍ଥ କରିବାର ପରିଣାମ।
Sambad is now on WhatsApp
Join and get latest news updates delivered to you via WhatsApp
ଜଣାପଡ଼ିଛି ଯେ ମଧ୍ୟବିତ୍ତ ଓ ଉଚ୍ଚ ବର୍ଗର ପରିବାରରେ ୧୨ ପ୍ରତିଶତ ହେଉଛନ୍ତି ମେଦବହୁଳତାର ଶିକାର, ଅର୍ଥାତ୍ ପ୍ରତି ଆଠ ଜଣରେ ଜଣେ। ସ୍ମୁଲ ଯାଉଥିବା କିଶୋର-କିଶୋରୀମାନଙ୍କ ଭିତରୁ ୧୦ ପ୍ରତିଶତ ମଧୁମେହ ଦ୍ବାରା ଆକ୍ରାନ୍ତ ହେବାର ଦ୍ବାର ଦେଶରେ। ଏହି ସର୍ଭେ ଲାଗି ୧.୧ ଲକ୍ଷ ପିଲାଙ୍କ ଶରୀରିକ ଗଠନ ଓ ଓଜନ ଆଦିକୁ ଅନୁଧ୍ୟାନ କରାଯାଇଥିଲା। ଏହି ବିଶାଳ ସର୍ବେକ୍ଷଣରେ ୫୧,୦୦୦ ପିଲାଙ୍କ ରକ୍ତ, ମଳ ଓ ମୂତ୍ରକୁ ପରୀକ୍ଷା କରାଯାଇଥିଲା। ସେଥିରୁ ଏହା ଦେଖିବାକୁ ମିଳିଥିଲା ଯେ ଧନୀକ ଓ ଉଚ୍ଚ ବର୍ଗୀୟ ପରିବାରର ପିଲାମାନଙ୍କ ରକ୍ତରେ କୈଶୋରରୁ କୋଲେଷ୍ଟୋରଲର ମାତ୍ରା ଅଧିକ ରହୁଛି, ଯାହା ଅସମୟରେ ଉଚ୍ଚ ରକ୍ତଚାପର କାରଣ ହେବ। ଏହା ମଧ୍ୟ ଏକ ପ୍ରକାର ଅପପୁଷ୍ଟି ବୋଲି ଆଖ୍ୟାୟିତ ହୋଇଛି।