ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଫଳ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି | ଏହି ଦୁଇ ଫଳ ବ୍ୟବସାୟୀ ପଞ୍ଜାବର ହୋଇଥିବାବେଳେ ଜମ୍ମୁକାଶ୍ମୀରରେ ସେଓ ବ୍ୟବସାୟ କରୁଥିଲେ | ଦୁଇ ବ୍ୟବସାୟୀଙ୍କ ନାମ ଚରଣଜିତ ସିଂ ଓ ସଂଜୀବ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ଜମ୍ମୁକାଶ୍ମୀରର ସୋପିଅନରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଦୁଇ ବ୍ୟବସାୟୀଙ୍କୁ ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତେବେ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଜଣେ ଜୀବନ ସହ ସଂଘର୍ଷ କରୁଛନ୍ତି |
ଏଠାରେ ସୂଚନା ଥାଉ କି ୨ ଦିନ ତଳେ ରାଜସ୍ଥାନର ଜଣେ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ | ସେହିପରି ବୁଧବାର ଦିନ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ମଧ୍ୟ ହତ୍ୟା କରିଥିଲେ | ତାଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ପୁଲବାମାରେ ସେ କାର୍ଯ୍ୟ କରୁଥିଲେ |