ଲକ୍ଷ୍ନୌ: ‘ଅତିଥି ଦେବ ଭବୋ’। ଭାରତୀୟମାନେ ଅତିଥିଙ୍କୁ ଈଶ୍ୱରଙ୍କ ପରି ସମ୍ମାନ କରିଥାନ୍ତି ବୋଲି କଥା ରହିଛି। ମାତ୍ର ରବିବାର ଦିନ ଉତ୍ତରପ୍ରଦେଶର ମିର୍ଜାପୁରଠାରେ ଯାହା ଘଟିଯାଇଛି ତାହା ଭାରତୀୟ ସଂସ୍କୃତି ପାଇଁ ଏକ କଳାଦାଗ ସଦୃଶ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରବିବାର ଦିନ ଫ୍ରାନ୍ସର ୧୧ ଜଣ ପର୍ଯ୍ୟଟକ ଭାରତ ପରିଭ୍ରମଣରେ ଆସି ଉତ୍ତରପ୍ରଦେଶର ମିର୍ଜାପୁରଠାରେ ପହଞ୍ଚିଥିଲେ। ସେଠାରେ ଥିବା କିଛି ମନ୍ଦ ପ୍ରବୃତ୍ତିର ବ୍ୟକ୍ତି ସେମାନଙ୍କୁ ଅପମାନିତ କରିବା ସହ ବାଡ଼ିରେ ଆକ୍ରମଣ କରିଥିଲେ। ପର୍ଯ୍ୟଟଙ୍କ ମଧ୍ୟରେ ଥିବା କେତେକ ମହିଳାଙ୍କୁ ସ୍ଥାନୀୟ ଲୋକେ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଆଞ୍ଚଳିକ ବାସିନ୍ଦାଙ୍କଠାରୁ ବାଡ଼ିରେ ପାହାର ଖାଇ ଗୁରୁତର ହୋଇଥିବା ପର୍ଯ୍ୟଟଙ୍କୁ ତୁରନ୍ତ ମିର୍ଜାପୁର ହସ୍ପିଟାଲ୍କୁ ନିଆଯାଇଥିଲା। ଏହି ମାମଲାର ତଦନ୍ତ କରି ପୁଲିସ୍ ଏବେ ସୁଦ୍ଧା ୮ ଜଣ ସ୍ଥାନୀୟଙ୍କୁ ଗିରଫ କରିଛି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଅଭିବାଦନର ଉତ୍ତର ଦେଇନଥିବାରୁ ଜର୍ମାନର ଜଣେ ଯୁବକଙ୍କୁ ଉତ୍ତରପ୍ରଦେଶର ସୋନାଭଦ୍ରା ଜିଲ୍ଲାର ରେଳବାଇ ଷ୍ଟେସନ୍ରେ ଜଣେ ବ୍ୟକ୍ତି ବାଡ଼େଇ ଥିବା ଘଟଣା ଚର୍ଚ୍ଚା ପାଲଟିଥିଲା। ସେହିପରି ଅକ୍ଟୋବର ୨୬ ତାରିଖରେ ଜଣେ ସୁଇସ୍ ଦମ୍ପତି ଫତେହ୍ପୁରଠାରେ ମାଡ଼ ଖାଇବା ଘଟଣା ବେଶ୍ ଚର୍ଚ୍ଚା ପାଲଟିଥିଲା।