ବ୍ରହ୍ମପୁର: ଓଡ଼ିଆ ପୁଅ ଅବିନାଶ ନାୟକ ଜାତୀୟ ଟେଲିଭିଜନ୍ ସଂସ୍ଥା ‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ‘ମାଷ୍ଟର୍ ସେଫ୍’ ସିଜନ୍-୬ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଛନ୍ତି। ତାଙ୍କୁ ପୁଣି ଏକ ସଫଳତା ମିଳିଛି। ପୂର୍ବରୁ ମାଷ୍ଟର ସେଫ୍’ ସିଜନ୍-୬ର ଅଡ଼ିସନ୍ ରାଉଣ୍ଡକୁ ମନୋନୀତ ହୋଇ ଆପ୍ରନ୍ ପାଇଥିବା ଏବେ ମାଷ୍ଟର ସେଫ୍ର ଲୋଗୋ ପାଇଛନ୍ତି। ସିନିୟର କ୍ୟାପେନ ବିନିତ ଭାଟିଆ ଏହି ଲୋଗେ ଅବିନାଶଙ୍କୁ ପିନ୍ଧାଇଥିଲେ। ୧୦ଜଣଙ୍କ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅବିନାଶଙ୍କ ଘର ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମରେ। ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ ପଢ଼ା ସାରି ହାଇଦ୍ରବାଦ୍ ଇନ୍ଫୋସିସ୍ରେ ଇଞ୍ଜିନିୟର ଭାବେ ଚାକିରି କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅବିନାଶ ମାଷ୍ଟର ସେଫ୍-୬ ସୋ’ରେ ଭାଗ ନେଇ ‘ଚିକେନ୍ ବେସର’ ଚଖାଇ ଉପସ୍ଥିତ ୩ ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍ ଭାଟିଆଙ୍କୁ ଚକିତ କରି ଦେଇଥିଲେ। ଅବିନାଶ ସୋରିଷ ବେସର ଦେଇ ଚିକେନ୍ ରୋଷେଇ କରି ମାଷ୍ଟର୍ ସେଫ୍-୬ର ଅଡିସନ୍ ରାଉଣ୍ଡ୍କୁ ମନୋନୀତ ହୋଇଥିଲେ। ଚଳିତ ରାଉଣ୍ଡ୍ମାନଙ୍କରେ ବି ଅବିନାଶ ତାଙ୍କ ହାତରନ୍ଧାର ଯାଦୁଦେଖାଇଛନ୍ତି। ଦଶ ଜଣ ପ୍ରତିଯୋଗୀ ପଛ ପକାଇ ଏକ ନମ୍ବର ସ୍ଥାନ ଦଖଲ କରି ମାଷ୍ଟର ସେଫ ଲୋଗୋ ହାସଲ କରିଛନ୍ତି। ଏହି ଲୋକପ୍ରିୟ ରାନ୍ଧଣା ପ୍ରତିଯୋଗିତାରେ ମନୋନୀତ ହେବାରେ ଅବିନାଶ ଓଡ଼ିଶାରୁ ପ୍ରଥମ। ପୂର୍ବରୁ ସେ ଲୋକିକୁକ୍ସ ଫେଲୋସିପ୍ ୨୦୧୯ ପାଇଥିବା ବେଳେ ଗତବର୍ଷ ହଳଦିରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ।