ଜମ୍ମୁ : ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ, ଗୁଳିବିନିମୟ ଜାରି

ଜମ୍ମୁ : ଜମ୍ମୁ ଓ କଶ୍ମୀରେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ କରିଛି ପାକିସ୍ତାନ । ଆଜି ଜମ୍ମୁର ରାଜୌରୀଜିଲ୍ଲା ସୁନ୍ଦରବନି ସେକ୍ଟରରେ ସଂଦିଗ୍ଧ ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଅନୁପ୍ରବେଶକୁ ସୁଗମ କରିବାକୁ ପାକସ୍ତାନୀ ସେନା ପକ୍ଷରୁ ଜାଣିଶୁଣି କଭର ଫାୟାର କରାଯାଇଥିଲା ।

କିନ୍ତୁ ପାକିସ୍ତାନୀ ସେନାର ଏହି ଚାଲକୁ ଭଲଭାବେ ବୁଝିପାରିଥିଲା ଭାରତୀୟ ସେନା ଓ ପାକିସ୍ତାନୀ ସେନାକୁ କଡ଼ା ଜବାବ ଦେଇଥିଲା । ସେନାର ଗୁଳିବର୍ଷଣ ଫଳରେ ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଯାଇଛି । ତେବେ ସର୍ବଶେଷ ସୂଚନା ମିଳିବା ପର୍ଯ୍ୟନ୍ତ ନିୟନ୍ତ୍ରଣ ରେଖା ନିକଟରେ ଏହି ଗୁଳିବର୍ଷଣ ଜାରି ରହିଛି । ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଠିବା ପରେ ଏଠାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ବରାବର ଉଦ୍ୟମ କରିଚାଲିଛି । ସୀମା ଓ ନିୟନ୍ତ୍ରଣରେଖା ଦେଇ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର