ଭୁବନେଶ୍ବର : ରାଜ୍ୟର ବସଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ କରାଯିବ । ବସଷ୍ଟାଣ୍ଡରେ ନିର୍ମାଣ ହେବ ସପିଂ ମଲ ଓ ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଣ୍ଟଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟର ବସଷ୍ଟାଣ୍ଡରେ ଜନସାଧାରଣ ଅତ୍ୟାଧୁନିକ ସୁବିଧାସୁଯୋଗ ପାଇପାରିବେ । କେବଳ ଏତିକି ନୁହେଁ, ଓଏସଆରଟିସିର ବସ ସଂଖ୍ୟା ବଢ଼ାଇବା ପାଇଁ ମଧ୍ୟ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା।
Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ ହୋଇଛି। ଦୈନିକ ଏଥିରେ ପ୍ରାୟ ଏ ଲକ୍ଷ ଲୋକ ଆତଯାତ କରୁଛନ୍ତି। କ୍ରୁଟ୍ ପକ୍ଷରୁ ମୋ ବସ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ ୱାର୍କସପ୍ ଆୟୋଜିତ ହୋଇଛି । ଦେଶ ବାହାରୁ ବିଶେଷଜ୍ଞ ଆସି ଏହି ୱାର୍କସପରେ ଯୋଗ ଦେଇଛନ୍ତି । ବିଶ୍ୱରେ ଥିବା ବଡ଼ ବଡ଼ ସହରରେ ବସ ସେବା କିପରି ଚାଲିଛି ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ସମୟରେ ରାଜ୍ୟ ସରକାର ବସ୍ ସେବାକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
ଅନ୍ୟପଟେ ‘ମୋ ବସ୍’ ପାଇଁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟକୁ ପ୍ରଶଂସା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ମୋ ବସ୍ ସେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି । ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଉ ୧୮୯ ବସ୍ କିଣିବାର ଯୋଜନା ରହିଛି । ୫୦ଟି ବିଦ୍ୟୁତ ଚାଲିତ ବସ ସହ ମୋ ବସ୍ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ । ସବୁଠାରୁ ବଡ଼ ଖୁସିର କଥା ହେଲା ଜନସାଧାରଣଙ୍କ ନିକଟରୁ ଭଲ ଫିଡ଼ବ୍ୟାକ୍ ମଧ୍ୟ ମିଳୁଛି । ପ୍ରତ୍ୟେକ ମାସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ୧ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି ପ୍ରତାପ ଜେନା କହିଛନ୍ତି ।