ନୂଆଦିଲ୍ଲୀ: କଥାକଥାରେ ବଡ଼ଲୋକମାନେ ସବୁବେଳେ ଉପସ୍ଥିତ ବୁଦ୍ଧି ଖଟାଇବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥାଆନ୍ତି। ନିକଟରେ ଜଣେ ମହିଳା ଠିକ୍ ସମୟରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପାରିଥିବାରୁ ଦୁଷ୍କର୍ମରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ ସହିତ ପୂରା ଦୁନିଆରେ ମାରାତ୍ମକ କରୋନାଭାଇରସ୍ର ଭୟ ଲାଗି ରହିଛି। ଏହି କରୋନାଭାଇରସ୍ର ଭୟ ଦେଖାଇ ଜଣେ ମହିଳା ତାଙ୍କ ଇଜ୍ଜତ ବଞ୍ଚାଇବା ସହିତ ଦୁଷ୍କର୍ମରୁ ରକ୍ଷା ପାଇଛନ୍ତି। ଜାନୁଆରି ୩୧ ତାରିଖରେ ଚୀନର ଜିଙ୍ଗସାନ୍ରେ ଘଟିଥିବା ଏହି ଘଟଣା ଅନୁସାରେ, ମହିଳା ଘରେ ଏକା ଶୋଇଥିବା ଅବସ୍ଥାରେ ଜଣେ ଚୋର ତାଙ୍କ ଘର ଭିତରକୁ ହଠାତ୍ ପଶି ଆସିଥିଲା। ଚୋରକୁ ଦେଖି ମହିଳା ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଥିଲୋ ଏହାପରେ ଚୋର ମହିଳାଙ୍କ ଗଳାକୁ ଧରି ଧମକ ଦେବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା।
ଏହି ସମୟରେ ସଙ୍ଗେସଙ୍ଗେ ମହିଳାଙ୍କ ମୁଣ୍ଡରେ ଏକ ଉପାୟ ଜୁଟି ଥିଲା। ସେ ଚୋର ସାମ୍ନାରେ ଲଗାତାର କାଶିବାକୁ ଲାଗିଥିଲେ ଏବଂ ଚୋରକୁ କହିଥିଲେ ସେ କିଛିଦିନ ତଳୁ ଉହାନ୍ରୁ ଫେରିଛନ୍ତି, ତାଙ୍କ ଶରୀରରେ କରୋନାଭାଇରସ୍ ଚିହ୍ନଟ ହୋଇଛି। ସେଥିପାଇଁ ସେ ତାଙ୍କ ପରିବାରଠାରୁ ଏଠାରେ ଅଲଗା ରହୁଛନ୍ତି।
ମହିଳାଙ୍କଠାରୁ ଏଭଳି କଥା ଶୁଣି ଚୋର ତୁରନ୍ତ ସେଠାରୁ ଚାଲି ଯାଇଥିଲା। କିନ୍ତୁ ଗଲା ବେଳେ ଏକ ଫୋନ୍ ଓ ନଗଦ ୩,୦୮୦ ଟଙ୍କା ଚୋରାଇ ନେଇଥିଲା। ମହିଳା ଏହି ଘଟଣା ନେଇ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଛି।