ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଘର ବ୍ୟତୀତ ଅନ୍ୟ ସର୍ବସାଧାରଣସ୍ଥାନରେ ୭ଜଣ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ଏକତ୍ରୀତ ହୋଇ ପାରିବେ ନାହିଁ। ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାର ବିଭିନ୍ନ ରେଷ୍ଟୁରାଷ୍ଟ, କଫିସପ୍,ବାର ଓ ଫୁଡ୍ କର୍ଣ୍ଣର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏଥିସହ ଅନ୍ୟ ବାଣିଜ୍ୟିକ ସଂସ୍ଥା ବି ବନ୍ଦ ରହିବ। ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଦୋକାନ ବନ୍ଦ ନେଇ ନୋଟିସ୍ ଜାରି କରାଯାଇଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କି କି ଦୋକାନ ବନ୍ଦ ରହିବ ତାର ସୂଚୀ ଜାରି କରିଛି ମହାନଗର ନିଗମ।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର ସମସ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ହିଁ ବିକ୍ରି ହେବ। ଖାଉଟି ସାମଗ୍ରୀ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହିଁ କେବଳ ବଜାର ଖୋଲିବାକୁ ଅନୁମତି ମିଳିବ। ତେବେ କେଉଁ ସବୁ ଦେକାନ ବନ୍ଦ ରହିବ କେଉଁଗୁଡ଼ିକ ନୁହେଁ ତାହାକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ରହିଥିବା ବେଳେ ନିମ୍ନରେ ତାହାରେ ତାଲିକା ଦିଆଗଲା।
୧. ଅଳଙ୍କାର ସୋ’ ରୁମ୍ ଓ ଦୋକାନ
୨. ବୈଦ୍ୟୁତିକ ଉପକରଣ ବିକ୍ରି ହେଉଥିବା ସୋ’ ରୁମ୍ ଓ ଦୋକାନ
୩. ଚାରିଚକିଆଯାନ ବିକ୍ରି ହେଉଥିବା ସୋ’ ରୁମ୍/ ଅଟୋମୋବାଇଲ/ ବାଇ-ସାଇକେଲ ସୋ’ରୁମ୍
୪. ଖେଳସାମଗ୍ରୀ ବିକ୍ରି ହେଉଥିବା ସୋ’ରୁମ୍
୫. ଆସବାବପତ୍ର ସାମଗ୍ରୀ ସୋ’ରୁମ୍
୬.ଜୋତା ଓ ବ୍ୟାଗ୍ ସୋ’ ରୁମ୍
୭. ମାର୍ବଲ/ ଟାଇଲ୍ ବିକ୍ରି ହେଉଥିବା ସୋ’ରୁମ୍ ଓ ଦୋକାନ
୮. ଘଣ୍ଟା ଦେକାନ ଓ ସୋ’ରୁମ୍
୯. ଘର ରଙ୍ଗ ବିକ୍ରି ହେଉଥିବା ଦୋକାନ ଓ ସୋ’ରୁମ୍
୧୦. ବହି ଖାତା ଓ ମାଗାଜିନ୍ ବିକ୍ରି ହେଉଥିବା ଷ୍ଟୋର
୧୧. ଉପହାର ସାମଗ୍ରୀ ଓ ନିମନ୍ତ୍ରଣ ପତ୍ର ବିକ୍ରି ହେଉଥିବା ଷ୍ଟୋର ଆଦିକୁ ଭୁବନେଶ୍ୱର ମହାନଗର ନିଗମ କରୋନା ସତର୍କତା ପାଇଁ ବନ୍ଦ କରିଛି।
ଏସବୁ ଦୋକାନ, ଷ୍ଟୋର ଓ ସୋ’ରୁମ୍କୁ ଅନ୍ୟ ସ୍ଥାନମାନଙ୍କରେ ବି ଖୁବ୍ ଶୀଘ୍ର କରୋନାଭାଇରସ୍ ମୁକାବିଲା ପାଇଁ ବନ୍ଦ କରାଯିବ ବୋଲି ସ୍ଥିର କରାଯାଉଛି।