ମୁମ୍ବାଇ: ନିଜ ପତ୍ନୀ ସୁଜେନଙ୍କ ଅଲଗା ହୋଇ ଯାଇଛନ୍ତି ହ୍ରିତିକ୍ ରୋଶନ। ହେଲେ ସେ ଯେ ଜଣେ ଆଦର୍ଶ ପିତା ଅନ୍ତତଃ ଏକଥା କେହି ଅସ୍ୱୀକାର କରିପାରିବେନି। ଏପରିକି ନିଜ ପିଲାର ଖୁସି ସକାଶେ ଛାଡ଼ପତ୍ର ପରେ ବି ଅନେକ ସମୟରେ ଏକତ୍ର ନଜର ଆସନ୍ତି ହ୍ରିତିକ-ସୁଜେନ୍। ସାଙ୍ଗ ହୋଇ ଛୁଟି ମନାଇବାକୁ ବି ଯାଆନ୍ତି। ନିକଟରେ ହ୍ରିତିକ୍ ନିଜ ପୁଅର ଏକ ଫଟୋ ଟୁଇଟର୍ରେ ପୋଷ୍ଟ କରି ସେଥିରେ ମଜାଦାରିଆ କ୍ୟାପ୍ସନ ଦେଇ ଚର୍ଚ୍ଚାରେ ଅଛନ୍ତି। ଏଥର ଛୁଟି ହ୍ରିତିକ୍ ତାଙ୍କ ନିଜ ବାସଭବନରେ କାଟୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଅ ଏକୁଟିଆ ବସିଥିବା ବେଳର ଏକ ଫଟୋ ଟୁଇଟର୍ରେ ଦେଇ ହ୍ରିତିକ୍ ଲେଖିଛନ୍ତି, ‘ସେ ଦୁଇ ଘଣ୍ଟା ହେଲା ଖାଲି ବୁଲୁଥିଲା। ଏବେ ବସିଛି। ଏକୁଟିଆ। ସେ କ’ଣ କରୁଛି? ପଢ଼ୁଛି। ମୁଁ ପଛପଟେ ଯିବାରୁ ଦେଖିଲି। ଗୋଟେ ମୁହୂର୍ତ୍ତ ଦେଖି ସାଙ୍ଗେ ସାଙ୍ଗେ ସେ ମୁହୂର୍ତ୍ତକୁ କ୍ୟାପଚର୍ କରିଦେଲି। ପିଲାଙ୍କ ଭିତରେ କିଛି ଥାଏ, ସେ ପଢ଼ିବା ଆଉ ଲେଖିବା ବେଳେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ମାତେ ଲାଗୁଛି ସେ ଠିକ୍ କରୁଛି।’
ଏଠାରେ କହି ରଖୁଛୁ କି, ଅନ୍ୟ ଷ୍ଟାର୍ କିଡ୍ମାନଙ୍କ ଅପେକ୍ଷା ହ୍ରିତିକ୍ଙ୍କ ପୁଅ ପଢ଼ା ପ୍ରତି ଟିକେ ବେଶି ସଚେତନ। ଏପରିକି ସେ ପଢ଼ିବା ପାଇଁ ସମୟେ ସମୟେ ନିଜ ସାଙ୍ଗମାନଙ୍କ ସହ ଖେଳିବାକୁ ତ୍ୟାଗ କରିଥାନ୍ତି। ଜାଣିରଖନ୍ତୁ ଯେ ହ୍ରିତିକ୍-ସୁଜେନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ସାରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ତିକ୍ତତା ନାହିଁ। ସେ ଦୁହେଁ ଏବେ ଭଲ ସାଙ୍ଗ ବୋଲି ଉଭୟ ଗଣମାଧ୍ୟମରେ ଜଣାଇ ସାରିଛନ୍ତି।