୪୦ ଡିଗ୍ରି ଉପରେ ସିଝିଲା ୧୪ ସହର, ଅନୁଗୁଳରେ ତାପମାତ୍ରା ୪୩.୭ ଡିଗ୍ରି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ପ୍ରବଳ ତାପମାତ୍ରା ଅନୁଭୂତ ହୋଇଛି। ଆଜି ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪୩.୭ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ଅଧିକ ତାପମାତ୍ରା ଅନୁଭୂତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଟିଟିଲାଗଡ଼ରେ ୪୩ ଡିଗ୍ରି, ବୌଦ୍ଧରେ ୪୨.୮ ଡିଗ୍ରି, ସମ୍ବଲପୁରରେ ୪୨.୬ ଡିଗ୍ରି, ହୀରାକୁଦରେ ୪୨.୫ ଡିଗ୍ରି, ବଲାଙ୍ଗୀର ଓ ତାଳଚେରରେ ୪୨.୫ ଡିଗ୍ରି, ସୋନପୁରରେ ୪୨.୪ ଡିଗ୍ରି, ଝାରସୁଗୁଡ଼ାରେ ୪୨.୨ ଡିଗ୍ରି, ଭବାନୀପାଟଣାରେ ୪୨ ଡିିଗ୍ରି, ମାଲକାନଗିରିରେ ୪୧ ଡିଗ୍ରି, ଫୁଲବାଣୀରେ ୪୦.୪ ଡିଗ୍ରି, ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରି, ଭୁବନେଶ୍ୱରରେ ୩୬.୩ ଡିଗ୍ରି ଓ କଟକରେ ୩୬.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।