କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ବିନୋଦ ପାତ୍ର

ସୋନପୁର: ବୀରମହାରାଜପୁର ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସରୁ ଟିକେଟ ଆଶାୟୀ ଥିଲେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର। ତାଙ୍କୁ ଟିକେଟ ନମିଳିବାରୁ ସେ କଂଗ୍ରେସର ସମସ୍ତ ପଦ ପଦବି ତଥା ପ୍ରାଥମିକ ସଦସ୍ୟ ପଦରୁ ବୁଧବାର ଇସସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ କସ୍ତୁରୀ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଥିବା ସୂଚାନ ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ, ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛି ସେ ନିଷ୍ଠାର ସହ ପାଳନ କରିଛନ୍ତି। ତଥାପି ଷଡ଼୍‌ଯନ୍ତ୍ର ଯୋଗୁଁ ତାଙ୍କୁ ଟିକେଟ ଦିଆଗଲା ନାହିଁ।

ଶ୍ରୀ ପାତ୍ରଙ୍କ ସହ ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ରାଜେଶ ମିଶ୍ର, ସୋନପୁର ବ୍ଲକ୍‌ ସଭାପତି ଲଛମନ ସୁନା, ଉଲୁଣ୍ଡା ବ୍ଲକ୍‌ ୨ ନମ୍ବର ଜୋନ୍‌ ସଭାପତି ଦୟାନିଧି ସାହୁ, ଜିଲ୍ଲା ଓବିସି ସେଲ୍‌ ଉପସଭାପତି ଲକ୍ଷ୍ମଣ ପର୍ଡିଆ, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଦସ୍ୟ ଲଳିତ ସାହୁ, ଉଲୁଣ୍ଡା ବ୍ଲକ୍‌ ପୂର୍ବ ସଭାପତି ନୃସିଂହ ଚରଣ ପଣ୍ଡା, ରାଜେନ୍ଦ୍ର ନାଗ, ଅଜିତ ସାହୁ, ମହାଦେବ ମହାନନ୍ଦ, ସବିତା ପର୍ଡିଆ, ବିଶ୍ବନାଥ ସାହୁ, ଗୋବର୍ଦ୍ଧନ ମହାଲିକ, ଜିତୁ ଗଡୁଆ, ଆକାଶ ସୁନା, କୌଶଲ୍ୟା ବଗର୍ତ୍ତି ପ୍ରମୁଖ ୧୫ ଜଣେ ନେତା ଓ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର