ଯାଜପୁର: ଆଜି ସକାଳେ ଡୁବୁରୀ-ଚଣ୍ଡିଖୋଲ ୫୩ ନମ୍ବର ଚାତୀୟ ରାଜପଥର ବାଘୁଆ ଛକ ନିକଟରେ ଏକ ଟ୍ରକ୍ ସହିତ ଟାଟା ମ୍ୟାଜିକ୍ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟଥିବା ବେଳେ ୭ ଜଣ ଆହତ୍ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଡୁବୁରୀ ଆଡୁ ୯/୧୦ ଜଣ ଯାତ୍ରୀ ନେଇ ଟାଟା ମ୍ୟାଜିକ୍୍ ଗାଡ଼ିଟି ଚଣ୍ଡିଖୋଲ ଆଡକୁ ଆସୁଥିବା ବେଳେ ଏହାକୁ ପାରାଦୀରୁ ଲୁହା ପଥର ଅନ୍ ଲୋଡ଼୍ କରି ଡୁବୁରି ଆଡ଼କୁ ଫେରୁଥିବା ଏକ ଟ୍ରକ୍ ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଛକ୍ ଉପରେ ସାମନା ପଟୁ ଯୋରରେ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜିନ୍ଦଲ କାରାଖାନାର କର୍ମଚାରୀ ତଥା ଧର୍ମଶାଳା ଥାନା ଅନ୍ତର୍ଗତ ବେତମାରି ଗାଁର ରାମଚନ୍ଦ୍ର ସ୍ୱାଇଁ ଓ ଜେନାପୁର ଥାନା ଅନ୍ତର୍ଗତ ଅଛିକୁଣ୍ଡ ଗାଁର ବସନ୍ତ ସାହୁଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିପରି ଏହି ଦୁଘଟଣାରରେ ୭ ଜଣ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଲୋକେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଡୁବୁରୀ- ଛଣ୍ଡିଖୋଲ ମଧ୍ୟରେ ଗାଡ଼ି ଚଳାଚଳ ବାଧାପାପ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ଜେନାପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।