୭ ଜିଲ୍ଲାରେ ରାଜ୍ୟର ୪୬ % କରୋନା ରୋଗୀ ଓ ୬୨ % ମୃତ୍ୟୁ

ଦିନକରେ ୧୯୩୧ ପଜିଟିଭ୍, ୧୩ ମୃତ

ଭୁବନେଶ୍ୱର : ରାଜ୍ୟର ୭ଟି ଜିଲ୍ଲା କରୋନା ସଂକ୍ରମଣରେ ଆଗରେ ରହିଛି। ଏହି ଜିଲ୍ଲା ଗୁଡ଼ିକରେ ଏବେ ୧୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ରାଜ୍ୟରେ ସାମଗ୍ରିକ ଭାବେ କମ୍ ହେଲେ ମଧ୍ୟ ଏସବୁ ଜିଲ୍ଲାରେ ସଂକ୍ରମଣ ଜାରି ରହିଛି। ଖୋର୍ଧା, କଟକ, ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ଯାଜପୁର ଓ ସୁନ୍ଦରଗଡ଼କୁ ମିଶାଇଲେ ୧ଲକ୍ଷ ୨୫ହଜାର ୨୦୩ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣ ପ୍ରାୟ ୪୬ ପ୍ରତିଶତ। ରାଜର ସମୁଦାୟ ସଂକ୍ରମଣରେ ଖୋର୍ଧା ଜିଲ୍ଲାରେ ୧୭ ପ୍ରତିଶତ ରୋଗୀ ରହିଛନ୍ତି। ଅପରପକ୍ଷରେ କେବଳ ରୋଗୀ ସଂଖ୍ୟା ନୁହେଁ, କରୋନା ମୃତ୍ୟୁରେ ମଧ୍ୟ ଏସବୁ ଜିଲ୍ଲା ଆଗରେ ରହିଛି। ୭ ଜିଲ୍ଲାରେ ୭୩୦ ଜଣ ପ୍ରାଣ ହରାଇଥିବା ବେଳେ ଏହା ରାଜ୍ୟର ସମୁଦାୟ ମୃତ୍ୟୁର ପ୍ରାୟ ୬୨ ପ୍ରତିଶତ ରହିଛି। ଦେଶରେ ଲକ୍‌ଡାଉନ୍‌ ହେବା ପରେ ଏସବୁ ଜିଲ୍ଲା ଗୁଡ଼ିକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିଥିଲେ। ପରେ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଇଥିଲା।

ରାଜ୍ୟରେ ଏବେ ସଂକ୍ରମଣ ଲଗାତାର ଭାବେ ୨ହଜାର ତଳକୁ ରହିଛି। ଗତ ୨୪ଘଣ୍ଟାରେ ୧୯୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୪୨,୩୦୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ଟେଷ୍ଟ୍‌ ପଜିଟିଭ୍ ରେଟ୍ ବା ଟିପିଆର ୪.୫ ପ୍ରତିଶତକୁ ଖସି ଆସିଛି। ମାତ୍ର ସାମଗ୍ରିକ ଭାବେ ରାଜ୍ୟରେ ଟିପିଆର ଏବେ ବି ୬ ପ୍ରତିଶତ ଉପରେ ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏଥିରେ ମୟୂରଭଞ୍ଜରୁ ସର୍ବାଧିକ ୪ଜଣ, ପୁରୀରୁ ୩, ଭୁବନେଶ୍ବରରୁ ୨ ଲେଖାଏଁ, ବାଲେଶ୍ବର, ଅନୁଗୁଳ, ବଲାଙ୍ଗୀର ଓ ନୂଆପଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରୁ ୨୨୫, ଖୋର୍ଧା ୨୦୩ ଓ କଟକ ୧୦୪ଜଣ ପ୍ରାଣ ହରାଇଛନ୍ତି।

ଚିହ୍ନଟ ୧୯୩୧ ପଜିଟିଭ୍‌ରୁ ୧୧୨୦ ସଙ୍ଗରୋଧରୁ ଓ ୮୧୧ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ୧୫୩, ଅନୁଗୁଳ ୧୨୦, ସୁନ୍ଦରଗଡ଼ ୧୦୪, ମୟୂରଭଞ୍ଜ ୯୯, ଜଗତସିଂହପୁର ୭୮, ବାଲେଶ୍ବର ୭୩, ପୁରୀ ୭୨, ଯାଜପୁର ୬୭, ବରଗଡ଼ ୬୬, ନବରଙ୍ଗପୁର ୬୨, କେନ୍ଦ୍ରାପଡ଼ା ୬୧, ଷ୍ଟେଟ୍‌ ପୁଲ ୫୧, କନ୍ଧମାଳ ୪୬, କଳାହାଣ୍ଡି ୪୫, ନୂଆପଡ଼ା ୪୩, ମାଲକାନଗିରି ୩୮, ଢେଙ୍କାନାଳ ୩୫, ଗଜପତି ୩୦, ସମ୍ବଲପୁର ୩୭, କୋରାପୁଟ ୨୯, ଗଞ୍ଜାମ ୨୭, ନୟାଗଡ଼ ୨୩, ଗଜପତି ଓ ଦେବଗଡ଼ରୁ ୯ ଲେଖାଏଁ ଓ ବୌଦ୍ଧରେ ୭ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୪ହଜାର ୧୮୧କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୨୭୧୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୫୪ହଜାର ୯୧୩କୁ ବୃଦ୍ଧି ପାଇଛି। ରାଜ୍ୟରେ ସୁସ୍ଥ ହାର ୯୨ ପ୍ରତିଶତକୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୮,୦୩୪କୁ ଖସି ଆସିଛି। ଖୋର୍ଧାରୁ ଆଜି ସର୍ବାଧିକ ୫୮୬ଜଣ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ୨୦୬, ଅନୁଗୁଳ ୨୦୧, ମୟୂରଭଞ୍ଜ ୧୫୬, କଟକ ୧୧୯, ନୂଆପଡ଼ା ୧୦୬, ବଲାଙ୍ଗୀର ୧୦୫, ବରଗଡ଼ ୧୦୦, ସମ୍ବଲପୁର ୯୮, ଯାଜପୁର ୯୪, ଝାରସୁଗୁଡ଼ା ୭୦, ଢେଙ୍କାନାଳ ଓ ପୁରୀରୁ ୬୫ ଲେଖାଏଁ, କଳାହାଣ୍ଡି ୬୧, ଭଦ୍ରକ ୫୮, ଜଗତସିଂହପୁର ୫୬, ବାଲେଶ୍ବର ଓ ନବରଙ୍ଗପୁର ୪୮ ଲେଖାଏଁ, ମାଲକାନଗିରି ଓ ସୋନପୁର ୪୫ ଲେଖାଏଁ, କେନ୍ଦୁଝର ୩୯, କନ୍ଧମାଳ ୩୮, ଗଞ୍ଜାମ ୩୪, ନୟାଗଡ଼ ୩୦, କୋରାପୁଟ ୨୯, ରାୟଗଡ଼ା ୨୭, ଦେବଗଡ଼ ୧୬, ଗଜପତି ୮, ବୌଦ୍ଧ ଓ ଷ୍ଟେଟ୍‌ ପୁଲରୁ ୮୬ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର