ବରଗଡ଼: ଚଳିତ ବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କରୋନା ମହାମାରୀ ପାଇଁ ବନ୍ଦ ରହିବ ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ହେଉଥିବା ଧନୁଯାତ୍ରା। ବରଗଡ଼ ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ। ବୈଠକ ପରେ ଧନୁଯାତ୍ରା ଚଳିତ ବର୍ଷ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଧନୁଯାତ୍ରା ଶ୍ରଦ୍ଧାଳୁଙ୍କ ଜନଗହଳି ସମାଗମ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି।
ପ୍ରତିବର୍ଷ ବରଗଡ଼ ଧନୁଯାତ୍ରା ଦେଖିବାକୁ ଲୋକଙ୍କ ଗହଳି ଲାଗେ। ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରନ୍ତି କଳାକାରମାନେ।
ଦେବକୀ ବାସୁଦେବଙ୍କ ବିବାହ ଉତ୍ସବ, ଦୈବବାଣୀରେ କଂସଙ୍କ ମନରେ ଭୟ ସଞ୍ଚାର, ଦେବକୀ-ବାସୁଦେବଙ୍କ କାରାବରଣ ଏବଂ ଯୁବରାଜ କଂସଙ୍କ ସିଂହାସନ ଆରୋହଣ ଭଳି ଦୃଶ୍ୟ ମଞ୍ଚରେ କଳାକାରମାନେ ପରିବେଷଣ କରନ୍ତି । ରାଜ୍ୟ ଓ ଦେଶର ବିଭିନ୍ନ କୋଣରୁ ସାଂସ୍କୃତିକ ଦଳ ଆସି ମଞ୍ଚରେ ନୃତ୍ୟ ପରିବେଷଣ କରିଥାନ୍ତି । ହେଲେ ଏ ବର୍ଷ କରୋନା ମହାମାରୀ ପାଇଁ ସବୁ କିଛି ବନ୍ଦ ହୋଇଯାଇଛି।