ଗ୍ୟାସଟାଙ୍କି ଫାଟି ୪ ବଖରା ଭସ୍ମୀଭୂତ
ଆଳି: ଆଜି ସଂଧ୍ୟାରେ ଆଳି ବ୍ଲକ ଧୋୟାଞ୍ଚଳର ପେତପଡା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ ପରିବାରର ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାରୁ ଜଣାପଡିଛି ଯେ, ପେତପଡା ଗ୍ରାମର ବାବୁରାମ ଦାସ, କେଶବ ଦାସ, ଦୂତୀ ପରିଡାଙ୍କର ୪ ବଖରା ଘର ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘର ଭିତରେ ଥିବା ଧାନ, ଚାଉଳ, ଆସବାବପତ୍ର ସମେତ ସମସ୍ତ ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ରୋଷେଇ ସମୟରେ ଗ୍ୟାସ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।