ନୂଆଦିଲ୍ଲୀ : ଦେଶରେ ଏବେ ପ୍ରଦୂଷଣ ବିହୀନ କାର୍ ଚଳାଚଳ ଉପରେ ଗୁରୁତ୍ବ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ କମ୍ପାନି ବଜାରକୁ ସେମାନଙ୍କ ନୂଆ ଇ-କାର୍ ଆଣିବା ଯୋଜନା ରଖିଛନ୍ତି। ଏହି କମ୍ପାନି ଗୁଡ଼ିକ ମଧ୍ୟରେ ଅଡି, ମହିନ୍ଦ୍ରା, ଟାଟା, ଭଲବୋ, ମର୍ସିଡିସ୍ ବେଞ୍ଜ୍ ଆଦି କମ୍ପାନି ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଡି ପକ୍ଷରୁ ଇ-ଟ୍ରନ୍ ନାମରେ ଏକ ଇଲେକ୍ଟ୍ରିକ୍ କାର ଚଳିତବର୍ଷ ଭାରତ ବଜାରରେ ପ୍ରବେଶ କରାଯିବା ଯୋଜନା ରହିଛି। ଏହି ଗାଡ଼ିର ଡିଜାଇନ୍ ଅଡିର ଅନ୍ୟ କାର୍ ଭଳି ରହିବ। ସେହିଭଳି ଭଲବୋ ପକ୍ଷରୁ ଏକ୍ସସି ୪୦ ନାମରେ ଏକ କାର ମଧ୍ୟ ବଜାରକୁ ଆସିବା ସମ୍ଭାବନା ରହିଛି। ପୂର୍ବରୁ ଏହି କାରର ଡିଜେଲ ଏବଂ ପେଟ୍ରୋଲ ଭର୍ସନ ରହିଥିବାବେଳେ ଏବେ ଇଲେକ୍ଟ୍ରିକ ଭର୍ସନ ଆସିବ। ମର୍ସିଡିସ୍ ବେଞ୍ଜ ପକ୍ଷରୁ ଇକ୍ୟୁଏସ୍ ନାମରେ ଇ-କାର ଚଳିତମାସରେ ବିଶ୍ବ ବଜାରକୁ ଅଣାଯିବା ଯୋଜନା ରହିଛି। ଏହା କମ୍ପାନିର ଏସ୍-ଶ୍ରେଣୀର କାର୍ ଭଳି ରହିବ। ଥରେ ଚାର୍ଜ ହେଲେ ୭୦୦ କିମିରୁ ଅଧିକ ପଥ ଏଥିରେ ଯାତ୍ରା କରିହେବ।
ଚଳିତବର୍ଷ ଶେଷ ଆଡ଼କୁ ଏହି କାର ଭାରତରେ ଉପଲବ୍ଧ ହୋଇପାରେ। ମହିନ୍ଦ୍ରା ପକ୍ଷରୁ ଇ କେୟୁଭି ୧୦୦ ବଜାରକୁ ଆଣିବା ଯୋଜନା ରହିଥିଲା। କିନ୍ତୁ ଏହା କୌଣସି କାରଣରୁ ବିଳମ୍ବ ହୋଇଛି। କିନ୍ତୁ ଚଳିତବର୍ଷ ଏହା ବଜାରକୁ ଆସିପାରେ ଏବଂ ଏହାର ଏକ୍ସ ସୋରୁମ୍ ମୂଲ୍ୟ ୮ ଲକ୍ଷ ଟଙ୍କା ଉପରେ ରହିପାରେ। ଏଥିସହିତ ଟାଟା ପକ୍ଷରୁ ଅଲ୍ଟ୍ରୋଜ୍ର ଇଲେକ୍ଟ୍ରିକ୍ ଭର୍ସନ କାର ବଜାରକୁ ଆସିବା ଯୋଜନା ରହିଛି।