ଔଷଧ ଗୋଦାମରେ ଅଗ୍ନିକାଣ୍ଡ; ଜଳି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଟିକା
ଇନ୍ଦୋର: ଦେଶରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣ ବି ଜୋରଦାର କରାଯାଇଛି। ଉତ୍ତରପ୍ରଦେଶରେ ଗୋଟିଏ ପଟେ କରୋନା ସଙ୍କଟ ଥିବା ବେଳେ ଅନ୍ୟ ପଟେ ଏକ ଅଗ୍ନିକାଣ୍ଡର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଲକ୍ଷାଧିକ ଟଙ୍କାର ଟିକା ଜଳି ନଷ୍ଟ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଦୋରର ଲସୁଡିଆ ଥାନା ଅଧୀନସ୍ଥ ଏସ.ଆର କମ୍ପାଉଣ୍ଡରେ ଗତ ରବିବାର ଏକ ଔଷଧ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ଅନୁସାରେ ଏହି ଗୋଦାମ ଭାରତ ସେରମ୍ସ ଓ ଭ୍ୟାକସିନ ଲିମିଟେଡର ବୋଲି କୁହାଯାଉଛି। ନିଆଁ ଲାଗିବା ଖବର ପାଇବା ପରେ ଦମକଳ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। କୁହାଯାଉଛି କି ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟିକା ପୋଡ଼ି ପାଉଁଶ ହୋଇଯାଇଛି। ଦେଖୁଦେଖୁ ନିଆଁ ଗୋଦାମରେ ମାଡ଼ି କରୋନା ଟିକା ଓ ବ୍ଲାକ ଫଙ୍ଗସ ଇଞ୍ଜେକସନକୁ ନଷ୍ଟ କରି ଦେଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅନୁମାନ କରାଯାଉଛି କି ଏହି ଅଗ୍ନିକାଣ୍ଡରେ ପାଖାପାଖି ୨୦ରୁ ୨୫ଲକ୍ଷ ଟଙ୍କାର କ୍ଷତି ହୋଇଛି।