ମିଛ ପରିଚୟ ପତ୍ର ପ୍ରସ୍ତୁତ କରି ଟିକା ନେଲେ ଏହି ଅଭିନେତ୍ରୀ!
ମୁମ୍ବାଇ: ମିଛ ପରିଚୟ ପତ୍ର ପ୍ରସ୍ତୁତ କରି କୋଭିଡ ଟିକା ନେଲେ ଅଭିନେତ୍ରୀ | ଆଉ ଯାଞ୍ଚ ବେଳେ ଜଣାପଡ଼ିବାରୁ ଏବେ ଅସୁବିଧାରେ ପଡିଯାଇଛନ୍ତି ଲୋକପ୍ରିୟ ଧାରାବାହିକ ‘ଭାବି ଜୀ ଘର ପର ହେ’ର ଅନୀତା ବୋହୂ ଚରିତ୍ରରେ ଅଭିନୟ କରୁଥିବା ସୌମ୍ୟା ଟଣ୍ଡନ୍ | ଏକ ଜାଲ୍ ଆଇଡି(ପରିଚୟ ପତ୍ର) ତିଆରି କରି ସୌମ୍ୟା କୋଭିଡ୍ ଟିକା ନେଇଥିବା ମାମଲା ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଥାନେ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ଆଇଡି କାର୍ଡ ଯାଞ୍ଚ ସମୟରେ ଏହା ପ୍ରକାଶ ପାଇଛି। ଅଭିଯୋଗ ହୋଇଛି ଯେ ଅଭିନେତ୍ରୀ ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିଚୟ ପତ୍ର ତିଆରି କରି ନିଜେ କୋଭିଡ଼ର ପ୍ରଥମ ଟିକା ନେଇଥିଲେ । ଏବେ ସୌମ୍ୟା ଟଣ୍ଡନ ଟ୍ୱିଟ୍ କରି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥି ସହିତ ମ୍ୟୁନିସିପାଲିଟି କର୍ପୋରେସନର ଅନୁସନ୍ଧାନରେ ମଧ୍ୟ ଏହା ସାମ୍ନାକୁ ଆସିଛି ଯେ ୪୫ ବର୍ଷରୁ କମ୍ ୨୧ ଜଣ ମଧ୍ୟ ଜାଲିଆତି କରି ଟିକା ନେଇଛନ୍ତି |
Contrary to some media reports claiming that I have taken my first Covid vaccine dose from A facility in Thane by dubious means is untrue. I have taken my first jab but from a centre near my house following proper procedures. Please don’t believe in unverified reports and claims.
— Saumya Tandon (@saumyatandon) June 4, 2021
ସୌମ୍ୟା ଟ୍ୱିଟ କରି ଲେଖିଛନ୍ତି ଯେ କିଛି ମିଡ଼ିଆ ସଂସ୍ଥା ରିପୋର୍ଟ କରୁଛନ୍ତି ଯେ ମୁଁ ଅବୈଧ ଭାବରେ ଟିକା ନେଇଛି | ଯାହାକି ସମ୍ପୂର୍ଣ୍ଣ ଭାବରେ ଅମୂଳକ | ମୁଁ ମୋର ଘର ପାଖରେ ଥିବା ଏକ ଟୀକାକରଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ନିୟମ ଅନୁସାରେ ପ୍ରଥମ ଡୋଜ ଟିକା ନେଇଛି |