ସେନ୍ସେକ୍ସ ୫୫ ହଜାର ଟପିଲା
ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଆଜି ପ୍ରଥମ ଥର ଲାଗି ୫୫ ହଜାର ପଏଣ୍ଟ୍ ମାଇଲଖୁଣ୍ଟ ଅତିକ୍ରମ କରିଛି। ସେନ୍ସେକ୍ସ ୫୯୩ ପଏଣ୍ଟ ବୃଦ୍ଧି ପାଇ ୫୫,୪୩୭ ପଏଣ୍ଟ୍ରେ ବନ୍ଦ ହୋଇଛି। ଅର୍ଥନୀତିରେ ସୁଧାର ହେଉଥିବା ବେଳେ ଅଭିବୃଦ୍ଧି ତ୍ବରାନ୍ବିତ ହେବାର ସମ୍ଭାବନା ରହିଥିବାରୁ ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବା ଆରମ୍ଭ କରିଛନ୍ତି। ଆଜି ଟିସିଏସ୍, ରିଲାଏନ୍ସ, ଇନ୍ଫୋସିସ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ସେୟାର ଚାହିଦାରେ ଥିଲା। ଔଷଧ କଂପାନିଗୁଡ଼ିକର ସେୟାର ବିକ୍ରି ହୋଇଥିଲା। ଅାଜି ନିବେଶକମାନଙ୍କ ସମ୍ପତ୍ତିେର ସାଢ଼େ ତିନି ଲକ୍ଷ ଟଙ୍କାର ବୃଦ୍ଧି ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୧୬୪ ପଏଣ୍ଟ୍ ବୃଦ୍ଧି ପାଇ ୧୬,୫୨୯ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ ଏଫ୍ଏମ୍ସିଜି, ଆର୍ଥିକ ସେବା, ବ୍ୟାଙ୍କ, ଧାତବ, ତୈଳ ଓ ଗ୍ୟାସ୍, କଞ୍ଜ୍ୟୁମର ଡ୍ୟୁରେବଲ୍ କଂପାନିଗୁଡ଼ିକର ସେୟାର ଦାମ୍ ବଢ଼ିଥିବା ବେଳେ ଗଣମାଧ୍ୟମ, ଫାର୍ମା, ସ୍ବାସ୍ଥ୍ୟ ସେବା ଓ ଗାଡ଼ି କଂପାନିଗୁଡ଼ିକର ସେୟାର ଦାମ୍ ହ୍ରାସ ପାଇଛି। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ତାହାର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ସର୍ବଭାରତୀୟ ଲକ୍ଡାଉନ୍ ଘୋଷଣା କରିବା ଦିଗ ସେନ୍ସେକ୍ସ ୨୫ ହଜାର ପଏଣ୍ଟ୍ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା।