୭୫ ପ୍ରତିଶତ ଲୋକ ଚାହାନ୍ତି ଥରେମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍କୁ ନିଷିଦ୍ଧ କରାଯାଉ
ନୂଆଦିଲ୍ଲୀ: ଥରେମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍କୁ ନିଷିଦ୍ଧ କରିବା ଉଚିତ କି ? ଏହା ଉପରେ ସାରା ବିଶ୍ବରେ ଏକ ଜନମତ ନିଆଯାଇଥିଲା, ଯାହାର ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ିଛି ଯେ, ପ୍ରତି ଚାରିଜଣରେ ଜଣେ ଲୋକ ପରିବେଶକୁ ପ୍ଲାଷ୍ଟିକ୍-ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଏଭଳି ପ୍ଲାଷ୍ଟିକ୍କୁ ନିଷିଦ୍ଧ କରିବାକୁ ଚାହାନ୍ତି। ପ୍ଲାଷ୍ଟିକ୍-ପ୍ରଦୂଷଣର ଭୟାବହ ସ୍ଥିତି ସହ ମୁକାବିଲା କରିବା ପାଇଁ ଜାତିସଂଘର ସଦସ୍ୟମାନେ ଏକ ବୈଶ୍ବିକ ଚୁକ୍ତି କରିବାକୁ ଯୋଜନା କରୁଥିବା ବେଳେ ଏହି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୮ଟି ଦେଶର ୨୦,୦୦୦ରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଥରେମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍କୁ ନିଷିଦ୍ଧ କରିବା ସପକ୍ଷରେ ୭୧ ପ୍ରତିଶତ ଜନସାଧାରଣ ମତବ୍ୟକ୍ତ କରିଥିବା ବେଳେ ପ୍ୟାକେଜିଂରେ କମ୍ ପ୍ଲାଷ୍ଟିକ୍ ବ୍ୟବହାର କରିବା ସପକ୍ଷରେ ୮୨ ପ୍ରତିଶତ ଜନମତ ମିଳିଥିଲା। ଚଳିତମାସରେ ନାଇରୋବିଠାରେ ବିଭିନ୍ନ ଦେଶର ପ୍ରତିନିଧିମାନଙ୍କର ବୈଠକ ହେବାକୁ ଯାଉଥିବା ବେଳେ ଥରେମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍କୁ ନିଷିଦ୍ଧ କରିବା ଏବଂ ପ୍ୟାକେଜିଂ ଆଦିରେ ପ୍ଲାଷ୍ଟିକ୍ର ବ୍ୟବହାରକୁ ହ୍ରାସ କରିବା ଲାଗି ଏହି ସର୍ଭେ ରିପୋର୍ଟ ସେମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।