ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ରାଇସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଡ଼ାସିଂ ଗ୍ରାମର ଜଣେ ୫୫ ବର୍ଷର ବୃଦ୍ଧ ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶ ରେ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ କୌଣସି ଖବର ମିଳି ନ ଥିବାରୁ ପୋଲିସ ଥାନାର ଦ୍ୱାରସ୍ତ ହୋଇଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ରାଇସିଂ ଗ୍ରାମ ପଂଚାୟତର ଖୁଡ଼ାସିଂ,ବାଗ୍ରାଗୁଡା,ପଣସପୁଟ ଗ୍ରାମର ସମୁଦାୟ ୧୦ ଜଣ ଦାଦନ ଖଟିବା ପାଇଁ ଗତ ପ୍ରାୟ ଏକ ମାସ ତଳେ ପଡୋଶୀ ଆନ୍ଧ୍ରପ୍ରଦେଶ ର ରାଜମେନ୍ଦ୍ରୀ ର ଦାଇନିସ୍ୱରମ ଅଞ୍ଚଳକୁ ଯାଇଥଲେ।ଏହି ଦଶ ଜଣିଆ ଟିମରେ ଖୁଡ଼ାସିଂ ଗ୍ରାମର ଅର୍ଜୁନ ଖରା (୫୫) ବର୍ଷ ମଧ୍ୟ ସାମିଲ ଥିଲେ।ଅର୍ଜୁନ ଖରା ଘରକୁ ଯାଉଛି କହି ଗତ ଏକ ସପ୍ତାହ ତଳେ ଅର୍ତ୍ଥ ଗତ ରବିବାର ଦିନ ବାହାରି ଥିଲେ ଘରକୁ ଯିବା ପାଇଁ।
ଗତ ରବିବାର ଦିନରୁ ବାହାରି ଘରେ ନ ପହଁଚିବାରୁ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହେବା ସହ ଆନ୍ଧ୍ରପ୍ରଦେଶ ର ରାଜମେନ୍ଦ୍ରୀ ଯାଇ ଅର୍ଜୁନ ଖରା ଙ୍କ ସାଥି ମାନଙ୍କ ସହ ବିଭିନ୍ନ ଆଡେ ଖୋଜା ଖୋଜି କଲେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ବାଧ୍ୟ ହୋଇ ରାଜମେନ୍ଦ୍ରୀ ପୋଲିସ ଥାନାରେ ଅର୍ଜୁନ ଖରା (୫୫) ବର୍ଷ ନିଖୋଜ ହୋଇଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ଥାନାରେ ଏକ ଏତଲା ଦେଇ ଫେରି ଆସିଛନ୍ତି।ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ରାଇସିଂ ଗ୍ରାମ ପଞ୍ଚାୟତ ର ଏହି ସବୁ ଗ୍ରାମରୁ ଦାଦନ ଖଟିବାକୁ ପଡୋଶୀ ଆନ୍ଧ୍ରପ୍ରଦେଶ ଯାଇଥାନ୍ତି।