କୋରାପୁଟ ପୌରାଧ୍ୟକ୍ଷ ନିର୍ବାଚନ: ଚତୁମୁର୍ଖୀ ଲଢ଼େଇ

କୋରାପୁଟ: କୋରାପୁଟ ପୌରାଧ୍ୟକ୍ଷ ପଦବୀ ପାଇଁ ଚତୁର୍ମୁଖୀ ଲଢେଇ ହେବ। ବିଜେଡିରୁ ଲଲାଟ ରଞ୍ଜନ ସେଠୀ, କଂଗ୍ର‌େସରୁ ଦେବାନନ୍ଦ ବେହେରା, ବିଜେପିରୁ ଜି.ସଞ୍ଜୀବ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଭୂଷିତ କୁମାର ବିଡିକାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ପ୍ରାୟ ୨୧ଟି ୱାର୍ଡର ୩୨ ହଜାର ଭୋଟର ଏହି ଚାରିଜଣଙ୍କର ଭାଗ୍ୟ ନିର୍ଦ୍ଧରଣ କରିବେ। ଆସନ୍ତା କାଲିଠାରୁ ପ୍ରଚାର ଜୋରସୋରରେ ଆରମ୍ଭ ହେବାକୁ ରହିଥିବାବେଳେ ମଇଦାନାକୁ ଓହ୍ଲେଇବେ ଏମପି, ଏମଏଲଏ ଓ ହେବିୱେଟ ରାଜନେତା। ଆସନ୍ତାକାଲିଠାରୁ ସ୍ବାଧୀନପ୍ରାର୍ଥୀ ମଧ୍ୟ ନିଜ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

୨୧ ୱାର୍ଡ ବିଶିଷ୍ଟ କୋରାପୁଟ ପୌରପାଳିକାରେ ଆଜି ଜଣେ ଅଧ୍ୟକ୍ଷ ଓ ୨୧ କାଉଉନସିଲର ପାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ସ୍ୱାଧିନ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଶୁକ୍ରୁ ଖରା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ସେହିପରି କାଉନସିଲର ପ୍ରାର୍ଥୀ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ୱାର୍ଡ ନମ୍ବର – ୨ ର ଅମିତା ମାଝୀ ଓ ବି. ଶ୍ରୀଦେବୀ, ୱାର୍ଡ ନମ୍ବର – ୬ ର ସଲମନ ଖୋସ୍ଲା, ୱାର୍ଡ ନମ୍ବର –୭ର ବିଦେସୀ ବେହେରା ଓ ରାମଚନ୍ଦ୍ର ବେହେରା, ୱାର୍ଡ ନମ୍ବର –୧୨ର ସଞ୍ଜୁଲତା ରାଉତ, ୱାର୍ଡ ନମ୍ବର –୧୫ର ନିଳାମ୍ବର ମାଳି, ୱାର୍ଡ ନମ୍ବର –୧୭ର ନିୟତି ପରଜା ଏବଂ ୱାର୍ଡ ନମ୍ବର –୧୮ର ତୁଳସୀ ହନ୍ତାଳ ଓ ହିରା ନାୟକ ପ୍ରମୁଖ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ଜଣାପଡିଛି ।

ଆଗାମୀ ନିର୍ବାଚନରେ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଏବଂ ୮୦ ଜଣ କାଉନସିଲର ପ୍ରାର୍ଥୀ ଚୂଡାନ୍ତ ତାଲିକାରେ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି । କୋରାପୁଟ ପୌରପାଳିକାରେ ଆଜି ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ସମୟସୀମା ରହିଥିବା ବେଳେ ଏହି ସମୟରେ ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ଲଳିତ କୁମାର କଅଁର,ପୌରପାଳିକାର ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଓ ନିର୍ବାଚନ ସହାୟକ ସୀମାଞ୍ଚଳ ପଡିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର