ଗୋଟିଏ ପରିବାରର ୫ ପିଢ଼ିର ସଦସ୍ୟ ଭୋଟ୍‌ଦେଲେ

ଯୋଧପୁର: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିବା ବେଳେ ଯୋଧପୁରରେ ଗୋଟିଏ ପରିବାରର ପାଞ୍ଚ ପିଢ଼ିର ୭୦ ଜଣ ସଦସ୍ୟ ଭୋଟ୍ ଦେବାକୁ ପାରମ୍ପରିକ ପରିଧାନରେ ଆସିବା ଚର୍ଚ୍ଚାରେ ରହିଥିଲା। ବିଭିନ୍ନ ସ୍ଥାନରେ ମତଦାନ ହ୍ରାସ ପାଇବା ନେଇ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ଏହି ପରିବାରର ସଦସ୍ୟମାନଙ୍କ ଭୋଟ୍‌ ଦେବାପାଇଁ ଏଭଳି ଆଗ୍ରହ ପ୍ରଦର୍ଶନ କରିବା ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଏହି ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ଗଣତନ୍ତ୍ରର ପର୍ବକୁ ଉତ୍ସାହର ସହ ପାଳନ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ ଏବଂ ସମସ୍ତେ ଏକସଂଗରେ ଭୋଟ୍‌ ଦେବାକୁ ଆସି ଲୋକଙ୍କୁ ଭୋଟ୍‌ ଦେବା ନିମନ୍ତେ ଉତ୍ସାହିତ କରିବା ଆମର ଲକ୍ଷ୍ୟ ଥିଲା। ଯୋଧପୁର ଆସନରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ରାଜପୁତ ସଂପ୍ରଦାୟର ନେତା କରଣ ସିଂହଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର