‘ଅନୁପମା’ରେ କାମ କରିବା ପରେ ଏତେ କୋଟିର ମାଲିକାଣୀ ହେଲେଣି ରୂପାଲି

ମୁମ୍ବାଇ: ଟିଭି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ଧାରାବାହିକ ‘ଅନୁପମା’ ସହିତ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ରୂପାଲି ଗାଙ୍ଗୁଲି ମାତ୍ର ୧୨ବର୍ଷ ବୟସରୁ ଚଳଚ୍ଚିତ୍ର ଜଗତର ଏକ ଅଂଶ ହୋଇଥିଲେ। ପରେ ସେ ହୋଟେଲରେ ଏବଂ ବୁଟିକରେ କାମ କରିଥିଲେ। ୨୦୦୦ମସିହାରେ ସେ ଟିଭି ସିରିଏଲରେ କାମ କରିବା ଆରମ୍ଭ କରିଥିଲେ ବି ଧାରାବାହିକ ‘ଅନୁପମା’ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା। ବର୍ତ୍ତମାନ ରୂପାଲି ଗାଙ୍ଗୁଲି ଅଭିନୟରୁ ରାଜନୀତିରେ ପ୍ରବେଶ କରିଛନ୍ତି। ନିକଟରେ ସେ ବିଜେପିରେ ଯୋଗ ଦେଇଛନ୍ତି।

Anupama Fame Rupali Ganguly Net Worth Income House Car Collection Political Career in hindi
amarujala

ନିଜ କ୍ୟାରିୟରରେ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିବା ରୂପାଲି ଗାଙ୍ଗୁଲି ଏବେ କୋଟିପତି। ଆଜି ସେ ଏକ ବିଳାସପୂର୍ଣ୍ଣ ଘରେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ଏବେ ରାଜନୀତିରେ ପ୍ରବେଶ କରିଥିବା ରୂପାଲି ଗାଙ୍ଗୁଲିଙ୍କ ମୋଟ ସମ୍ପତ୍ତି କେତେ ଆପଣ ଜାଣନ୍ତି କି? ଜାତୀୟ ଗଣମାଧ୍ୟମ ମୁତାବକ, ରୂପାଲି ମୋଟ ୨୫କୋଟିର ମାଲିକାଣୀ ଅଟନ୍ତି। ‘ଅନୁପମା’ର ପ୍ରତି ଅଧ୍ୟାୟ ପାଇଁ ସେ ୩ଲକ୍ଷ ଟଙ୍କା ନେଉଥିବା ବେଳେ ମାସକୁ ୬୦ଲକ୍ଷରୁ ଅଧିକ ଟଙ୍କା ଆୟ କରନ୍ତି। ଅଭିନୟ ବ୍ୟତୀତ ସେ ବ୍ୟବସାୟ ମଧ୍ୟ କରନ୍ତି, ଯେଉଁଥିରୁ ସେ ବର୍ଷକୁ ୪-୫କୋଟି ଟଙ୍କା ଆୟ କରନ୍ତି। ମୁମ୍ବାଇରେ ତାଙ୍କର ୩ବିଏଚକେ ଘର ରହିଛି। ଏହା ସହ ତାଙ୍କ ପାଖରେ ମହେନ୍ଦ୍ରା ଥର୍, ଜାଗୁଆର ଓ ମର୍ସେଡିଜ୍ ଭଳି ବିଳାସପୂର୍ଣ୍ଣ କାର୍ ରହିଛି।

ସମ୍ବନ୍ଧିତ ଖବର