ଖୁବଶୀଘ୍ର ଦୀପିକା ମା’ ହେବାକୁ ଯାଉଥିବା ବେଳେ ଇନଷ୍ଟାଗ୍ରାମରୁ ବିବାହ ଫଟୋକୁ ଡିଲିଟ କଲେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥିଙ୍କ ଆଗମନ ହେବାକୁ ଯାଉଛି। ଏହାକୁ ନେଇ ଦୀପବୀରଙ୍କ ଫ୍ୟାନ୍ସମାନେ ଖୁବ ଉତ୍ସାହିତ ଅଛନ୍ତି। ଏଭଳି ଖୁସିର ବାତାବରଣ ସମୟରେ ରଣବୀର ଏମିତି ଏକ କାମ କରିଛନ୍ତି ଯାହାକି ନେଇ ଅଭିନେତାଙ୍କ ସହିତ ଦୀପିକାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଛି।

ରଣବୀର ସିଂହ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଦୀପିକାଙ୍କ ସହିତ ଥିବା ବିବାହ ଫଟୋକୁ ଡିଲିଟ କରି ଦେଇଛନ୍ତି। ଏଥିସହିତ ରଣବୀର ୨୦୨୩ ଜାନୁଆରି ପୂର୍ବରୁ ଥିବା ସମସ୍ତ ଫଟୋ ଓ ଭିଡିଓ ଡିଲିଟି କରି ଦେଇଥିବା ବି ଦେଖିବାକୁ ମିଳୁଛି। ଏହି ଡିଲିଟ ପରେ ରଣବୀରଙ୍କ ପ୍ରୋଫାଇଲରେ ମାତ୍ର ୧୩୩ଟି ପୋଷ୍ଟ ରହି ଯାଇଛି।

ଏଣିକି ରଣବୀରଙ୍କ ଆକାଉଣ୍ଟ ସ୍କ୍ରୋଲ କ‌ଲେ ଶେଷ ପୋଷ୍ଟ ଏକ କମ୍ପାନିର ବିଜ୍ଞାପନ ଥିବା ଦେଖିବାକୁ ମିଳୁଛି। ହଠାତ ରଣବୀର ଏମିତି ବିବାହ ଫଟୋ କାହିଁକି ଓ କେଉଁ କାରଣରୁ ଡିଲିଟି କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

୨୦୧୮ରେ କୋଙ୍କଣୀ ପରମ୍ପରା ଓ ରୀତିନୀତି ଅନୁସାରେ ଇଟାଲୀର ପ୍ରସିଦ୍ଧ ହ୍ରଦ କୋମୋରେ ଦୀପିକା ଓ ରଣବୀରଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଧୁମଧାମ‌ରେ ‌ହୋଇଥିବା ଷ୍ଟାର ଦମ୍ପତିଙ୍କ ଏହି ବିବାହ ଓ ବେଶଭୂଷା ଆଜି ଯାଏଁ ବି ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର