ନିରବ ମୋଦୀକୁ ପୁଣି ଝଟକା ! ୫ମ ଥର ପାଇଁ ଜାମିନ ଆବେଦନ ଖାରଜ କଲେ ଲଣ୍ଡନ କୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ କୋଟି କୋଟି ଟଙ୍କାର ଠକେଇ କରି ଫେରାର ହୋଇଥିବା ପଳାତକ ବ୍ୟବସାୟୀ ନିରବ ମୋଦୀକୁ ବ୍ରିଟେନର ଅଦାଲତରୁ ବଡ଼ ଝଟକା ଲାଗିଛି। ବ୍ରିଟେନର ଜେଲରେ ଥିବା ନୀରବ ମୋଦୀ ପଞ୍ଚମ ଥର ପାଇଁ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି । ତାକୁ ବ୍ରିଟେନର ଥାମେସାଇଡ୍ ଜେଲରେ ରଖାଯାଇଛି। ଏପ୍ରିଲ ୧୬ତାରିଖରେ ନିରବ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ଲମ୍ବା କାରାଦଣ୍ଡ ଦର୍ଶାଇ ଜାମିନ ଆବେଦନ କରିଥିଲା। ଅଦାଲତ କହିଛନ୍ତି ଯେ ସେ ଫେରାର ହେବାର ଯଥେଷ୍ଟ ଆଶଙ୍କା ଥିବାରୁ ପଳାତକ ବ୍ୟବସାୟୀ ନିରବ ମୋଦୀର ଜାମିନ ଆବେଦନ ଖାରଜ ହୋଇଛି।

ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପାଖାପାଖି ୧୪ ହଜାର କୋଟି ଟଙ୍କାର ଋଣ ନେଇଥିଲା। ବ୍ୟାଙ୍କକୁ ଟଙ୍କା ନ ଫେରାଇ ସେ ବ୍ରିଟେନ ପଳାଇଯାଇଥିଲେ। ଏହାପରେ ପିଏନବି ତା ବିରୋଧରେ ଠକେଇ ମାମଲା ରୁଜୁ କରିଥିଲା। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଲଣ୍ଡନ ହାଇକୋର୍ଟ ନୀରବଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ଏହାପରେ କୋର୍ଟ ଲଣ୍ଡନରେ ଥିବା ତା ବିଳାସପୂର୍ଣ୍ଣ ବଙ୍ଗଳାକୁ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ନିରବ ମୋଦିର ଏହି ବିଳାସପୂର୍ଣ୍ଣ ବଙ୍ଗଳା ସେଣ୍ଟ୍ରାଲ ଲଣ୍ଡନର ମେରିଲିବୋନରେ ଅବସ୍ଥିତ । ଏହି ବଙ୍ଗଳାରେ ନିରବ ମୋଦି ଦୀର୍ଘ ଦିନ ଧରି ନିଜ ପରିବାର ସହ ରହୁଛି।

 

 

ସମ୍ବନ୍ଧିତ ଖବର