ଅଯୋଧ୍ୟା ମନ୍ଦିର ପରିସରରେ ଭକ୍ତଙ୍କୁ ଚନ୍ଦନ ଓ ସିନ୍ଦୁର ଲଗାଉଥିବା ବାଳକଙ୍କ ପାରିଶ୍ରମିକ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଅଯୋଧ୍ୟା ମନ୍ଦିର ପରିସରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ବାଳକଙ୍କୁ ଦେଖିବାକୁ ମିଳୁଛି। ଏହି ବାଳକଙ୍କ ନାମ ‌ଗୋଲୁ ଭାରତ। ସେ ଅଯୋଧ୍ୟାରେ ବସବାସ କରନ୍ତି।

ଭ‌ାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ ଗୋଲୁଙ୍କୁ ଅଯୋଧ୍ୟା ମନ୍ଦିର ପରିସରରେ ଭକ୍ତଙ୍କ ମଥାରେ ଚନ୍ଦନ ଓ ସିନ୍ଦୁର ଲଗାଉଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଗୋଲୁଙ୍କୁ ପ୍ରଶ୍ନ କରିଥିଲେ, ତୁମେ ସକାଳ କେତେଟାରେ ଉଠ।

ଗୋଲୁଙ୍କ ଉତ୍ତର ଥିଲା ୬ଟା। ଏହାପରେ କ’ଣ କର? ଗୋଲୁ କହିଥିଲେ, ‘ ୬ଟାରେ ଉଠିବା ପରେ ମୋର ନିତ୍ୟାକ୍ରମ ସାରି ମନ୍ଦିର ପରିସରକୁ ମୋର ଏହି ଚନ୍ଦନ ଓ ସିନ୍ଦୁର ବାକ୍ସ ଧରି ଚାଲି ଆସିଥାଏ। ଦିନ ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ମଥାରେ ଚନ୍ଦନ ଓ ସିନ୍ଦୁର ଲଗାଇବା କ‌ାମ କରିଥାଏ।

ଆଚ୍ଛା ଗୋଲୁ ଏ କାମ ତୁମକୁ କେତେ ରୋଜଗାର ଦିଏ ବୋଲି ବ୍ୟକ୍ତ ପ୍ରଶ୍ନ କରିଥିଲେ। ଗୋଲୁ ନିଜର ପାରିଶ୍ରମିକ କହିବା ପରେ ବ୍ୟକ୍ତି ଜଣକ କହିଥିଲେ ତୁମେ ତ ଡାକ୍ତର ଓ ଇଞ୍ଜିନିୟରଙ୍କ ଠାରୁ ଅଧିକ ଟଙ୍କା ରୋଜଗାର କରି ନେଉଛି।

ଗୋଲୁ ସଙ୍ଗେସଙ୍ଗେ ଉତ୍ତର ଦେଇ କହିଥିଲେ, ‘ମୋ‌ତେ ଡାକ୍ତରଙ୍କ ଠାରୁ କମ ଭାବିଲ କି’?

ନିଜ ପାରିଶ୍ରମିକକୁ ନେଇ ଗୋଲୁ ଦେଇଥିବା ପ୍ରତିକ୍ରିୟାର ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିବା ସହିତ ସେୟାର ବି କରୁଛନ୍ତି।

 

ସମ୍ବନ୍ଧିତ ଖବର