ଆଇପିଏଲ୍ : ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୫୬ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଏହି ମ୍ୟାଚରେ  ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦିଲ୍ଲୀର ଦୁଇ ଓପନର ଅଭିଷେକ ପୋରେଲ ଓ ଜେକ୍ ଫ୍ରେଜର ମାକଗର୍କ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାକ ଗର୍କ ମାତ୍ର ୨୦ ବଲରେ ୫୦ ରନ କରିଥିବାବେଳେ ଅଭିଷେକ ୬୫ ରନ କରିଥିଲେ । ତେବେ ସାଇ ହୋପେ ମାତ୍ର ୧ ରନ କରି ଆଉଟ ହୋଇଥିଲେ । ଅକ୍ଷର ପଟେଲ ଓ ଋଷଭ ପନ୍ତ ୧୫ ରନ ଲେଖାଏଁ କରିଥିଲେ । ଟ୍ରିଷ୍ଟାନ ଷ୍ଟବସ ୪୧ ରନ ଓ ଗୁଲବଦିନ ନାଇବ ୧୯ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୨୧ ରନ କରିଥିଲା ।

ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୩ଟି ଓ୍ବିକେଟ ନେଇଥିବାବେଳେ ସଂଦୀପ ଶର୍ମା, ଟ୍ରେଣ୍ଟ ବୋଲଟ ଓ ଯଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର