୪ କୋଟି ଅର୍ଥତୋଷରପାତ ଘଟଣା: ଖୋଲାମେଲାରେ ବୁଲୁଛି ସୁଧୀର

କୋରାପୁଟ: ପଟାଙ୍ଗୀ ଉପନିବନ୍ଧକ କାର୍ଯ୍ୟାଳୟରେ ୪ କୋଟି ଅର୍ଥତୋଷରପାତ ଘଟଣାକୁ ସପ୍ତାହେ ବିତିବାକୁ ଆଉ ଦିନଟିଏ ବାକି ରହିଛି। ହେଲେ ଏବେ ଯାଏ କିରାଣୀ ସୁଧୀର ସାହୁଙ୍କୁ ଧରିବାକୁ ସକ୍ଷମ ହୋଇପାରିନି ପଟାଙ୍ଗୀ ପୁଲିସ। ସୁନାବେଢା ଏସଡିପିଓ ମନୋଜ ନାୟକ ଏକ ୪ ଜଣିଆ ଟିମ୍‌ ଗଠନ କରି ତଦନ୍ତ ଜାରି ରଖିଥିବାବେଳେ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଓ ଉପନିବନ୍ଧକ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ ଦଲିଲ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଉପନିବନ୍ଧକ କାର୍ଯ୍ୟାଳୟରୁ ଅଡିଟ ରିପୋର୍ଟ ଜବତ କରିଥିବା ତହସିଲ କର୍ଯ୍ୟାଳୟରୁ ଏକାଧିକ ରେକର୍ଡ ଜବତ ହୋଇଥିବା ଜଣାପଡିଛି। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଧୀର ସାହୁ ଏବେ କେଉଁଠି ? କାହିଁକି ପୁଲିସ ଏହି ସୁଧୀରକୁ ଧରିବାକୁ ସମର୍ଥ ହେଉନି। ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଛି କି ସୁଧୀର। ନା ରାଜ୍ୟ ବାହାରକୁ ପଳାଇଯାଇଛି। ତାହାକୁ ନେଇ ଏକ ଟିମ୍‌ ଗଠନ କରି ତଦନ୍ତ ଜାରି ରଖିଛି ପଟାଙ୍ଗୀ ପୁଲିସ।

ଅନ୍ୟପକ୍ଷରେ ଉପନିବନ୍ଧକ କାର୍ଯ୍ୟାଳୟ ଓ ପଟାଙ୍ଗୀ ତଲସିଲର ଦାୟିତ୍ବ ନେବାକୁ ନେଇ ଚାଲିଛି ଟଣା ଓଟରା। ଉଭୟ କାର୍ଯ୍ୟାଳୟର ଦାୟିତ୍ବ ପଟାଙ୍ଗୀ ବିଡିଓ ନେବାକୁ ନେଇ ରହିଥିବାବେଳେ କୋରାପୁଟ ତହସିଲଦାରଙ୍କୁ ଉପନିବନନ୍ଧକ କାର୍ଯ୍ୟାଳୟ ଦାୟିତ୍ବ ଦିଆଯାଇଥିବାବେଳେ ପଟାଙ୍ଗୀ ତହସିଲର ଦାୟିତ୍ବ ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର