ପିଟ୍ରୋଡାଙ୍କ ବର୍ଣ୍ଣବାଦ ମନ୍ତବ୍ୟକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ:  କଂଗ୍ରେସ ନେତା ସାମ ପିଟ୍ରୋଡା ବର୍ଣ୍ଣବାଦ ମନ୍ତବ୍ୟ ଦେଇ ପୁଣି ଥରେ ବିବାଦରେ ଫଶିଛନ୍ତି। ପୂର୍ବରେ ଭାରତୀୟମାନେ ଚାଇନାର ଲୋକଙ୍କ ସଦୃଶ ହୋଇଥିବା ବେଳେ ଦକ୍ଷିଣରେ ଥିବା ଲୋକମାନେ ଆଫ୍ରିକୀୟଙ୍କ ଭଳି ଦେଖାଯାହାନ୍ତି ବୋଲି ବୟାନ ଦେଇ ବିବାଦ ସୃଷ୍ଟି କରିଛନ୍ତି।

ଦି ଷ୍ଟେଟ୍ସମ୍ୟାନକୁ  ଦେଇଥିବା ଏକ ସାକ୍ଷାତକାରରେ ପିଟ୍ରୋଡା ଗଣତାନ୍ତ୍ରିକ ଉଦାହରଣ ଭାବରେ ଭାରତର ସ୍ଥିତି ବିଷୟରେ ଆଲୋଚନା କରିବା ବେଳେ କହିଛନ୍ତି ଯେ ଦେଶର ଲୋକମାନେ ୭୫ ବର୍ଷ ପର୍ଯ୍ୟନ୍ତ ବେଶ୍‌ ଖୁସିରେ ବଞ୍ଚିଯାଆନ୍ତି।

“ଆମେ ଭାରତ ଭଳି ବିବିଧ ଦେଶକୁ ଏକାଠି ରଖିପାରିବା। ଯେଉଁଠାରେ ପୂର୍ବର ଲୋକମାନେ ଚୀନର ଲୋକଙ୍କ ପରି, ପାଶ୍ଚାତ୍ୟର ଲୋକମାନେ ଆରବୀୟଙ୍କ ଭଳି ଦେଖାଯାଆନ୍ତି। ଉତ୍ତରର ଲୋକମାନେ ବୋଧହୁଏ ଧଳା ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି। ଏଥିରେ କିଛି ଫରକ ପଡ଼ିବ ନାହିଁ। ସମସ୍ତେ ଭାଇ ଓ ଭଉଣୀ ଅଟନ୍ତି’’ ବୋଲି ସାକ୍ଷାତକାର ସମୟରେ ପିଟ୍ରୋଡା କହିଛନ୍ତି।

ତାଙ୍କର ଏହି ମନ୍ତବ୍ୟ ପାଇଁ ତାଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ଦଳର ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଛନ୍ତି। ମୋଦୀଙ୍କ କହିବାନୁସାରେ ପିଟ୍ରୋଡା ଲୋକମାନଙ୍କୁ ସେମାନଙ୍କ ତ୍ବଚାର ରଂଗକୁ ନେଇ ଅପମାନିତ କରିଛନ୍ତି।

ପିଟ୍ରୋଡା ଆହୁରି ମଧ୍ୟ କହିଛନ୍ତି, “ଆମେ ସମସ୍ତେ ବିଭିନ୍ନ ଭାଷା, ବିଭିନ୍ନ ଧର୍ମ, ରୀତିନୀତି ଏବଂ ଖାଦ୍ୟକୁ ସମ୍ମାନ କରୁ। ମୋ ଜାଣିବାରେ ଏହା ହେଉଛି ଆମ ଦେଶ ଓ ଏଠାରେ ସମସ୍ତେ ପରସ୍ପରଙ୍କ ପ୍ରତି ଆପୋଷ ବୁଝାମଣା ରଖନ୍ତି।’’

ସମ୍ବନ୍ଧିତ ଖବର