ବିବାହ ଫଟୋ ସମେତ ଇନ୍‌ଷ୍ଟାରୁ ଅନେକ ପୋଷ୍ଟ୍‌ ଡିଲିଟ୍‌ କଲେ ରଣବୀର

ନୂଆଦିଲ୍ଲୀ: ପାୱାର କପଲ୍‌ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ୨୦୧୨ ମସିହାରେ ‘ରାମଲୀଲା’ ସୁଟିଂ ସେଟରେ ଡେଟିଂ କରିବା ଆରମ୍ଭ କରିିଥିଲେ। ତା’ପରେ ସେମାନେ ପ୍ରେବ ବିବାହ କରିଥିଲେ। ଚଳିତବର୍ଷ ସେପ୍ଟେମ୍ବର ମାସରେ ରଣବୀର ଓ ଦୀପିକା ସେମାନଙ୍କ ପ୍ରଥମ ସନ୍ତାନକୁ ନେଇ ଘୋଷଣା କରିଛନ୍ତି।

ସବୁକିଛି ଭଲରେ ଚାଲୁଥିବା ବେଳେ ରଣବୀର ସିଂଙ୍କ ନିକଟରେ ସୋସିଆଲ ମିଡିଆରୁ ନିଜର ଅନେକ ପୋ‌ଷ୍ଟ୍‌କୁ ଡିଲିଟ୍‌ କରି ଦେଇଛନ୍ତି। ସେହି ପୋଷ୍ଟ୍‌ ମଧ୍ୟରେ ତାଙ୍କର ଓ ଦୀପିକାଙ୍କର ୨୦୨୮ ମସିହାର ବିବାହ ଫଟୋ ବି ଥିଲା। ତାଙ୍କର ଏହି ସୋସିଆଲ୍‌ ମିଡିଆ ସଫେଇ ଅଭି‌ଯାନ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଛି।

 

 

View this post on Instagram

 

A post shared by Ranveer Singh (@ranveersingh)

ଇଟାଲୀରେ ଦମ୍ପତି ବିବାହ କରିଥିବା ବେଳେ ସେମାନଙ୍କ ବିବାହର ଚିତ୍ରଗୁଡ଼ିକ ବର୍ଷ ବର୍ଷ ଧରି ପ୍ରଶଂସକ-ପ୍ରିୟ ହୋଇଆସୁଥିଲା ଏବଂ ସେମାନଙ୍କର ବିବାହ ଭିଡିଓ ଗତ ବର୍ଷ ପୁଣି ଥରେ ହେଡଲାଇନ ସୃଷ୍ଟି କରିଥିଲା, ଯେତେବେଳେ ଏହା କଫି ୱିଥ୍ କରଣରେ ଦେଖିବାକୁ ମିଳିଥିଲା।

 

 

View this post on Instagram

 

A post shared by Ranveer Singh (@ranveersingh)

ରଣବୀର ଏପରି ଅଚାନକ ଫଟୋଗୁଡ଼ିକୁ ହଟାଇବା ପରେ ତାହା ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି, ଅନେକ ରଣବୀର ସିଂଙ୍କ ଟାଇମଲାଇନରେ ଥିବା ଅନ୍ୟ ପୋଷ୍ଟଗୁଡିକର ମନ୍ତବ୍ୟ ବିଭାଗରେ ସେମାନଙ୍କ ମତାମତ ବାଣ୍ଟିଛନ୍ତି।

 

 

View this post on Instagram

 

A post shared by Vishal Punjabi (@theweddingfilmer)

ସମ୍ବନ୍ଧିତ ଖବର