ଦାୟିତ୍ବ ଗ୍ରହଣ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ
ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ସଂପାଦକ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ପିଡି, ଡିଆରଡିଏ ବାଳ ମୁକୁନ୍ଦ ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଦାୟୀତ୍ବ ନେବା ପରେ ସେ ଜିଲ୍ଲାର ଉନ୍ନତି ନେଇ କାମ କରିବେ ବୋଲି କହିଥିଲେ। ବିଶେଷ କରି ସ୍ବାଭୀମାନ ଅଞ୍ଚଳର ବିକାଶ ତାଙ୍କର ପ୍ରଥମ ଲକ୍ଷ୍ୟ ହେବ। ଦୁର୍ଗମ ସ୍ବାଭିମାନ ଅଞ୍ଚଳରୁ ଆସି ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେବା କମ୍ ବଡ କଥା ନୁହେଁ। ବିଜେଡିର ସୁପ୍ରିମୋ ନବୀନ ପଟନାୟକ ସ୍ବାଭିମାନ ଅଞ୍ଚଳକୁ ସବୁବେଳେ ଫୋକସ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ଏହି ଅଞ୍ଚଳରୁ ଜଣେ ଆଦିବାସୀ ମହିଳା ଏହି ପଦବୀରେ ବସିବା ଏବଂ ଦୁନିଆକୁ ଏକ ସୁନ୍ଦର ଖବର ପହଞ୍ଚାଇବା ଦଳର ମୁଖ୍ୟ ଲକ୍ଷ୍ୟ ଥିଲା। ତେବେ ଦାୟିତ୍ବ ନେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ବର୍ତ୍ତା ପହଞ୍ଚୁଛି। ପ୍ରଥମ କରି ସ୍ବାଭିମାନ ଅଞ୍ଚଳର ଜଣେ ଆଦିବାସୀ ମହିଳା ଏଭଳି ପଦବୀରେ ବସିବେ କେହି ଚିନ୍ତା କରିନଥିଲେ। ଏଥର କିନ୍ତୁ ବିଜେଡି ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ସହ ବିଜେପି ଗଡରେ ତାକୁ ଧୂଳି ଚଟାଇଛି। କଂଗ୍ରେସ କିନ୍ତୁ ଏଥର ଭଲ ପ୍ରଦର୍ଶନ କରିଛି।ତେବେ ସମାରୀ ନିଜର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାର ଉନ୍ନତିରେ କେତେ ସହାୟକ ହେବେ ଦେଖିବାକୁ ବାକି ରହିଲା।