ଧାମନଗର: ଭଦ୍ରକ ଧାମନଗର ବ୍ଲକ୍ ଅନ୍ତର୍ଗତ ଅର୍ଜ୍ଜୁନପୁର ପଞ୍ଚାୟତ ବାଲିପାଟଣା ନିକଟ ବୈତରଣୀ ନଦୀକୂଳରେ ଶ୍ରୀଶ୍ରୀ ବାସୁଦେବଙ୍କ ମନ୍ଦିର ଅବସ୍ଥାପିତ। ୨୦୦୪ ମସିହାରେ ପ୍ରତ୍ନତତ୍ତ୍ବ ବିଭାଗ ଏଠାରେ ବାସୁଦେବଙ୍କ ପୀଠର ସନ୍ଧାନ ପାଇଥିଲା। ଯାହାକୁ ପରେ ପୁନରୁଦ୍ଧାର କରାଯାଇଥିଲା। ଏପରି ସମୟରେ ଗୁରୁବାର ଦିନ ପୀଠ ନିକଟରୁ ପୁରାତନ ମନ୍ଦିରର କିଛି ଭଗ୍ନାବଶେଷ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନଦୀରୁ ବାଲି ଉତ୍ତୋଳନ ବେଳେ କିଛି ସ୍ବତନ୍ତ୍ର ପଥରଖଣ୍ଡ ନଜରକୁ ଆସିଥିଲା। ପରେ ଉକ୍ତ ସ୍ଥାନକୁ ଅଧିକ ଖୋଳାଯାଇଥିଲା। ଫଳରେ ମନ୍ଦିରରେ ବ୍ୟବହୃତ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥରଖଣ୍ତ ବାହାରିଥିଲା। ତେବେ ପାଣି ଥିବାରୁ ଅଧିକ ଖୋଳାଯାଇ ପାରି ନଥିଲା। ପ୍ରତ୍ନତତ୍ତ୍ବ ବିଭାଗ ଉକ୍ତ ସ୍ଥାନକୁ ଖୋଳି ଗବେଷଣା କଲେ ଉକ୍ତ ପଥର ଓ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ ମିଳିପାରନ୍ତା ବୋଲି ବାସୁଦେବ ମନ୍ଦିର କମିଟିର ସଦସ୍ୟ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି।